Only for Entertainment

ନିର୍ଦ୍ଦେଶକ ଜନଙ୍କ ଖୁଲାସା, ‘ଦ ଲାୟନ କିଙ୍ଗ’ରେ ରହିଛି ଏକ ମାତ୍ର ଅସଲି ଦୃଶ୍ୟ

google
85

‘ଦ ଲାୟନ କିଙ୍ଗ’ର ନିର୍ଦ୍ଦେଶକ ଫିଲ୍ମକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଅସଲରେ ଫିଲ୍ମଟି ଆନିମେସନ ଫିଲ୍ମ କିନ୍ତୁ ଫିଲ୍ମରେ ଏପରି ଏକ ଦୃତଶ୍ୟ ରହିଛି ଯାହା ଆନିମେଟେଡ ନୁହେଁ ବରଂ ରିଅଲ ଅଟେ ।

ଦ ଲାୟନ କିଙ୍ଗର ନିର୍ଦ୍ଦେଶନ ଜନ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଏକ ମାତ୍ର ଅସଲି ସିନର ବିଷୟରେ ଖୁଲାସା କରିଛନ୍ତି । ଏହା ହେଉଛି ଫିଲ୍ମର ପ୍ରଥମ ଦୃଶ୍ୟ ଯାହାର ଆରମ୍ଭ ‘ଦ ସର୍କସ ଅଫ ଲାଇଫ’ରୁ ଆରମ୍ଭ ହୋଇଛି ।

ଜନ୍ ଫଟୋ ସେୟାର କରି ଲେଖିଥିଲେ, ‘ଏହା ଫିଲ୍ମର ଏକମାତ୍ର ଅସଲି ସର୍ଟ । ଫିଲ୍ମରେ ସିଜି କଳାକାର ଏବଂ ଆନିମେଟର୍ସଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ୧୪୯୦ଟି ସର୍ଟସ ରହିଛି । ଆଫ୍ରିକାରେ ନିଆଯାଇଥିବା ଏହି ଫଟୋ ଫିଲ୍ମର ଏକ ମାତ୍ର ଅସଲି ସର୍ଟ ଅଟେ । ଏହା ରଖିବାର କାରଣ କିଏ ଏହାକୁ ଜାଣିପାରୁଛି କି ନାହିଁ ?’

କହିରଖୁଛୁ ଯେ, ଫିଲ୍ମର ହିନ୍ଦୀ ଭର୍ସନରେ ଶାହରୁଖ ଖାମନ ଏବଂ ତାଙ୍କ ପୁଅ ଆର‌୍ୟନ ଖାନ ଭଏସ ଦେଇଛନ୍ତି । ଶାହରୁଖ ମୁଫାସା ପାଇଁ ଭଏସ ଦେଇଥିବା ବେଳେ ଆର‌୍ୟନ ସିମ୍ବା କ୍ୟାରେକ୍ଟର ପାଇଁ ଭଏସ ଦେଇଛନ୍ତି । ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ପ୍ରଥମ ୱିକେଣ୍ଡରେ ୫୪ କୋଟି ଆୟ କରି ଭଲ ଓପନିଂ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More