Only for Entertainment

ଅଫିସିଆଲ ରିଲିଜ ପରେ ଅନଲାଇନ ଲିକ ହୋଇଗଲା ‘ଦ ଲାୟନ କିଙ୍ଗ’ !

69

ରୁଡୟାର୍ଡ କିପଲିଂର ‘ଦ ଜଙ୍ଗଲ ବୁକ’କୁ ନୂଆ ପରିଚୟ ଦେବା ପରେ ଜନ ଫେବରୋ ‘ଦ ଲାୟନ କିଂ’ରୁ ନିଜର ଯୋଗ୍ୟତା ପ୍ରମାଣ କରିଛନ୍ତି । ଡିଜ୍ନୀର ଏହି କ୍ଲାସିକ ଫିଲ୍ମକୁ ଶାହରୁଖ ଖାନ ଏବଂ ତାଙ୍କ ପୁଅ ଆର‌୍ୟନ ଖାନ ହିନ୍ଦୀରେ ଡବ କରିଛନ୍ତି , ଯାହାର ଭାରତରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । କିନ୍ତୁ ଖବର ମୁତାବକ ଫିଲ୍ମ ରାସ୍ତାରେ ଘଟିଛି ଏକ ଅଘଟଣ ।

ରିପୋର୍ଟ ମୁତାବକ ଅରିଜିନାଲ ଫିଲ୍ମ ଅନେକ ଟରେଂଟ ୱେବସାଇଟରେ ଲିକ ହୋଇଯାଇଛି । ଲିକ ହୋଇଥିବା ଏହି ଫିଲ୍ମ ପ୍ରଥମ ହଲିଉଡ ଫିଲ୍ମ ନୁହେଁ , ମାତ୍ର ଆଭେଂଜର୍ସ ଏଣ୍ଡଗେମ ମଧ୍ୟ ଅଫିସିଆଲ ରିଲିଜର କିଛି ଘଂଟା ପରେ ଅନଲାଇନ ଲିକ ହୋଇଯାଇଥିଲା ।

ଅରିଜିନାଲ ହଲିଉଡ ଭର୍ସନରେ ଡୋନାଲ୍ଡ ଗ୍ଲୋବର, ବିୟାନ୍ସ ନୋଲ୍ସ, ଜନ ଅଲିଭରଙ୍କ ଭଳି ପରିଚିତ ଲୋକ ନିଜ ସ୍ୱର ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More