Only for Entertainment

ଟ୍ରାନ୍ସଫର କରାଇ ଦେବାରୁ ରାଗି ଯାଇ ଧାରଣାରେ ବସି ବିବାହ ପାଇଁ ପ୍ରସ୍ତୁତି କଲେ କର୍ମଚାରୀ

The Financial Express
61

ମହାରାଷ୍ଟ୍ରରେ ଜଣେ ବିଜୁଳି ବିଭାଗର କର୍ମଚାରୀଙ୍କୁ ଟ୍ରାନ୍ସଫର କରାଇ ଦେବାରୁ ରାଗି ଯାଇ ସେ ଏଭଳି କାମ କରିଛନ୍ତି ଯାହାର ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି । କର୍ମଚାରୀ ଜଣକ ଧାରଣାରେ ବସି ଯିବା ପରେ ଯାହା କଲେ ତାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା । ବାସ୍ତବରେ ଶୁକ୍ରବାରକୁ କର୍ମଚାରୀ ନିଖିଲଙ୍କର ବିବାହ ଥିଲା । ବନ୍ଧୁ ଓ ପରିବାର ଲୋକ ତାଙ୍କୁ ଧାରଣା ଭାଙ୍ଗିବା ପାଇଁ କହିଲେ, କିନ୍ତୁ ସେହି କର୍ମଚାରୀ କୌଣସି କଥା ଶୁଣିଲେ ନାହିଁ ଯାହାପରେ ଧାରଣା ସ୍ଥାନରେ ବିବାହ କାର୍ଯ୍ୟ ସମାପନ କରିବା ପାଇଁ ପରିବାର ଲୋକ ନିଷ୍ପତ୍ତି ନେଲେ । ବୁଧବାର ଏବଂ ଗୁରୁବାରକୁ ବିବାହର କିଛି କାର୍ଯ୍ୟ ଧାରଣା ସ୍ଥଳରେ କରାଗଲା ।

ଅମରବତୀ ଜିଲ୍ଲାରେ କମ୍ପାନୀ ମୁଖ୍ୟଙ୍କ କାର୍ଯ୍ୟାଳୟ ବାହାରେ ବିଜୁଳି କର୍ମଚାରୀ ନିଖିଲ ଟିକେ ତାଙ୍କର ଅନ୍ୟ କିଛି ସହଯୋଗୀ ମାନଙ୍କ ସହିତ ୯ ଜୁଲାଇରୁ ଧାରଣାରେ ବସିଥିଲେ । ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେସନର ମୁଖ୍ୟ ସଚିବ ଲିଲେଶ୍ୱର ବସୋଣ୍ଡେଙ୍କ କହିବା ଅନୁସାରେ ଅବୈଧ ବା ଜାଣିଶୁଣି ଟ୍ରାନ୍ସଫର ଏବଂ ପଦୋନ୍ନତି ପାଇଁ ମନା କରି ଦେବାରୁ ଫେଡେରେସନର ସଦସ୍ୟ ଗତ କିଛି ଦିନ ହେବ ଧାରଣାରେ ବସିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇନାହିଁ ସେପର୍ଯ୍ୟନ୍ତ କର୍ମଚାରୀ ଧାରଣା କରିବେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More