Only for Entertainment

ଭାରତରେ ରହିଛି ଏପରି ଏକ ସ୍ଥାନ, ଯେଉଁଠି ରହିଛି ଯମରାଜଙ୍କ ମନ୍ଦିର

Daily Bhaskar
0 84

ଯମଙ୍କ କଥା ପଡିଲେ ମନ ଭିତରକୁ କଳା ମଚମଚ ନିଶ ଥିବା ଏକ ଭୟଙ୍କର ଚେହେରା ସାମ୍ନାକୁ ଆସିଥାଏ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଯମଙ୍କ ମନ୍ଦିର ରହିଛି ।

ଦିଲ୍ଲୀରୁ ୫୦୦ କିଲୋମିଟର ଦୂର ହିମାଚଳର ଚମ୍ବା ଜିଲ୍ଲାରେ ରହିଛି ଭରମୋର ନାମକ ସ୍ଥାନ । ଏହି ସ୍ଥାନରେ ରହିଛି ଯମ ଏବଂ ଚିତ୍ରଗୁପ୍ତଙ୍କ ମନ୍ଦିର । ସେଠାର ନିୟମ ଅନୁସାରେ ଭକ୍ତ ମନ୍ଦିର ନିକଟକୁ ଯାଉଥିଲେ ମଧ୍ୟ ମନ୍ଦିର ଭିତରକୁ କେହି ଯାଆନ୍ତି ନାହିଁ । ବିଶ୍ୱରେ ଏହା ପ୍ରଥମ ଯମରାଜାଙ୍କ ମନ୍ଦିର ।

temple_architect

ମନ୍ଦିର ଭିତରେ ଏକ ଖାଲି ଘର ରହିଛି ଏହାକୁ ଚିତ୍ରଗୁପ୍ତଙ୍କ ଘର ବୋଲି କୁହାଯାଇଥାଏ । କୁହାଯାଏ ଯେହେତୁ ଚିତ୍ରଗୁପ୍ତ ଯମରାଜଙ୍କ ସଚିବ ସେ ଜୀବାସ୍ମାଙ୍କ କର୍ମଫଳର ହିସାବ ରଖନ୍ତି । ତେଣୁ ଚିତ୍ରଗୁପ୍ତଙ୍କ କକ୍ଷର ଆଗକୁ ରହିଥିବା କକ୍ଷକୁ ଯମ ରାଜାଙ୍କ କଚେରୀ ବୋଲି କୁହାଯାଇଥାଏ । ସେହିଠାରେ ଯମରାଜ କର୍ମ ଅନୁସାରେ ଜୀବାସ୍ମାକୁ ସ୍ୱର୍ଗ କିମ୍ବା ନର୍କକୁ ପଠାଇବାର ନିଷ୍ପତ୍ତି ନେଇଥାନ୍ତି ।

yamraj_temple-2_

ଯେଉଁଭଳି ଭାବେ ଗରୁଡ ପୁରାଣରେ ଯମରାଜଙ୍କ ଦରବାରରେ ଚାରି ଦିଗରେ ଚାରି ଦ୍ୱାର ବିଷୟରେ ଉଲ୍ଲେଖ ଅଛି ଠିକ ସେହିପରି ଭାବେ ମନ୍ଦିରରେ ଚାରି ଦ୍ୱାର ରହିଛି । ଏହି ଦ୍ୱାର ସୁନା, ରୁପା, ତମ୍ବା ଏବଂ ଲୁହାରେ ତିଆରି ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More