Only for Entertainment

ଏହି ମଇଁଷିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ !

khabarndtv.com
0 42

ରାୟପୁରରେ ଆୟୋଜିତ ପଂଚମ ରାଷ୍ଟ୍ରିୟ କୃଷି ସମ୍ମୀଳନୀରେ ଏକ ମଇଁଷୀ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ମଇଁଷୀଟି ହରିୟାଣାରୁ ଅଣାଯାଇଥିଲା । ଏହାର ନାମ ଯୁବରାଜ ଏହା ବ୍ୟତୀତ ସରତାଜ ମଦ୍ଦ କୁହାଯାଏ । ୫ ଫିଟ ୯ ଇଚ୍ଚ ଉଚ୍ଚ ଓ ୮ ଫିଟ ଲମ୍ବ ମଇଁଷୀ ଯୁବରାଜର ମୂଲ୍ୟ ୯ କରୋଡରୁ ବି ଅଧିକ ।

ଯୁବରାଜର ମାଲିକଙ୍କ ନାମ କରମବୀର । ହରିୟାଣାର ଗୁରୁକ୍ଷେତ୍ରରେ ବାସକରନ୍ତି । କରମବୀରଙ୍କ କହିନୁସାରେ, ଏହି ମଇଁଷୀଟି ଏଯାଏ ୨୬ରୁ ଅଧିକ ପ୍ରତିଯୋଗୀତାରେ ଭାଗ ନେଇ ବିଜୟ ହାସଲ କରିଛି । ଯେଉଁଥି ପାଇଁ ଏହି ମଇଁଷୀର ମୂଲ୍ୟ ୯ କରୋଡରୁ ବି ଅଧିକ କୁହାଯାଉଛି । ଏତିକି କି ନୁହେଁ କରମବୀର ଯୁବରାଜ ପାଇଁ ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ।

ଏହା ବ୍ୟତୀତ ଯୁବରାଜର ନଖରା ବି କିଛି କମ ନୁହେଁ । ଏହାକୁ ପ୍ରତିଦିନ ୨୦ ଲିଟର କ୍ଷୀର ସହ ଅନ୍ୟାନ୍ୟ ଫଳମୂଳ ସେବନ କରିବାକୁ ଦିଆଯାଇଥାଏ । ଯୁବରାଜର ଲାଳନପାଳନ ପାଇଁ ପ୍ରତିଦିନ ୩ ହଜାର ଟଙ୍କା ଖର୍ଚ୍ଚ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More