Only for Entertainment

ତେବେ କ’ଣ ଏହି କାରଣ ପାଇଁ ସଲମାନ ବିବାହ କରିନାହାଁନ୍ତି?

37

ସଲମାନଙ୍କ ଆଗାମୀ ଫିଲ୍ମ ଭାରତ ୫ ଜୁନକୁ ସିନେମାଘରେ ରିଲିଜ ହେବା ପାଇଁ ପ୍ରସ୍ତୁତ । ଏହା ବ୍ୟତୀତ ସେ ଏବେ ଦବଙ୍ଗ ଥ୍ରି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଲଗାତାର ସଲମାନଙ୍କର ୬ଟି ଫିଲ୍ମ ଆସିବାକୁ ରହିଛି । କିଛି ଫିଲ୍ମର ନାମ ମଧ୍ୟ ଘୋଷଣା ହୋଇ ସାରିଲାଣି । କିନ୍ତୁ ସବୁଠାରୁ ଖାସ କଥା ହେଉଛି ୫୦ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ସଲମାନ ସିଙ୍ଗଲ ଅଛନ୍ତି । ଏହାକୁ ନେଇ ସବୁବେଳେ ଫ୍ୟାନ୍ସଙ୍କମନରେ ହଜାରେ ପ୍ରଶ୍ନ । କାହିଁକି ବଲିଉଡ ସୁଲତାନ ବିବାହ କରୁନାହାଁନ୍ତି । ତେବେ ଏହାକୁ ନେଇ କିଛି କାରଣ ସାମ୍ନାକୁ ଆସିଛି ।

ଖବର ଅନୁସାରେ ସଲମାନ ତାଙ୍କ ପରିବାରକୁ ଖୁବ ଭଲପାଆନ୍ତି । ସେଥିପାଇଁ ସେ ଅଧିକାଂଶ ସମୟ ତାଙ୍କ ପରିବାର ସହିତ ବିତାନ୍ତି । କେତେକାଂଶ ସମୟ ସେ ବିବାହର ନିକଟତର ହୋଇ ମଧ୍ୟ ଘରକୁ ଅଧିକ ଗୁରୁତ୍ୱ ଦେଇ ବିବାହକୁ ଅଟକାଇ ଦେଇଛନ୍ତି । ସଲମାନଙ୍କ ଅନୁସାରେ ନିଜ ପାର୍ଟନରକୁ ସେ ସମୟ ଦେଇପାରିବେ ନାହିଁ ଯାହାର ଅର୍ଥ ହେବ ସେ ତାଙ୍କ ସହିତ କିଛି ଭୁଲ କରୁଛନ୍ତି । ଏହି କାରଣରୁ ସେ ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More