Only for Entertainment

ରିଲିଜ ହେଲା କଳଙ୍କ ଫିଲ୍ମର ଆଉ ଏକ ଗୀତ ‘ଫାଷ୍ଟ କ୍ଲାସ’ , ନଜର ଆସିଲା କିୟାରା ଏବଂ ବରୁଣଙ୍କ ଜବରଦସ୍ତ ଡାନ୍ସ !

16

କରଣ ଜୋହରଙ୍କ ମଚ ଆୱେଟେଡ ଫିଲ୍ମ ‘କଲଙ୍କ’କୁ ଲମ୍ବା ସମୟ ଧରି ସମସ୍ତେ ଅପେକ୍ଷା କରିଛନ୍ତି । ଏହାର ଟିଜର ରିଲିଜ ହେବା ପରେ ଲୋକଙ୍କ ଏକ୍ସାଇମେଂଟ ବୃଦ୍ଧି ହେବାରେ ଲାଗିଛି । ନିକଟରେ ଏହାର ପ୍ରଥମ ଗୀତ ରିଲିଜ ହୋଇଥିଲା, ଯାହାକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଆଜି ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି, ଯାହା ଏକ ଡାନ୍ସ ନମ୍ବର ଅଟେ । ଏହି ଫିଲ୍ମର ଦ୍ୱିତୀୟ ଗୀତ ‘ଫାଷ୍ଟ କ୍ଲାସ’ ରିଲିଜ ହୋଇଛି । ଏହି ଗୀତକୁ ଅରିଜିତ ସିଂ ଏବଂ ନୀତି ମୋହନ ଗାଇଛନ୍ତି । ଏହି ଗୀତକୁ କମ୍ପୋଜ କରିଛନ୍ତି ପ୍ରିତମ ଏବଂ ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ।

ଫାଷ୍ଟ କ୍ଲାସ’ ଗୀତରେ ବରୁଣ ଧୱନଙ୍କ ଧୂଆଁଧାର ଡ୍ୟାନ୍ସ ଦେଖିବାକୁ ମିଳିଛି । ୟୁଟ୍ୟୁବରେ ଏହି ଗୀତକୁ ଏବେ ପର୍ଯ୍ୟନ୍ତ ୪.୫୦ଲକ୍ଷ ଦର୍ଶକ ଦେଖି ସାରିଲେଣି । ଏହି ଗୀତରେ ରେମୋ ଡିସୁଜା ନିଜର କୋରିଓଗ୍ରାଫି କରିଛନ୍ତି । ବରୁଣ ଏବଂ କିଆରା ଷ୍ଟାରର ଏହି ଗୀତର ଆରମ୍ଭ ଆଦିତ୍ୟ ରୟ କପୁର ଏବଂ ଆଲିୟାଙ୍କ ରିଲ ଲାଇଫ ବିବାହରୁ ଆରମ୍ଭ ହୋଇଛି ଏବଂ ଏହି ଗୀତରେ ମାଧୁରୀ ହସୁଥିବାର ନଜର ଆସିଛନ୍ତି । ଫିଲ୍ମ ୧୯ଅପ୍ରେଲରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More