Only for Entertainment

ସକାଳୁ ଉଠୁଥିବା ମହିଳାମାନଙ୍କ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଖୁବ କମ ଥାଏ !

32

ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ଭୋରୁ ଉଠନ୍ତି, ଆଉ କେତେକ ମହିଳା ବିଳମ୍ବରେ ଶଯ୍ୟାତ୍ୟାଗ କରିଥାନ୍ତି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଯେଉଁ ମହିଳାମାନେ ସକାଳେ ଶୀଘ୍ର ଶଯ୍ୟାତ୍ୟାଗ କରନ୍ତି, ସେମାନଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା କମ୍‌।

ବ୍ରିଟେନ୍‌ର କର୍କଟ ଗବେଷଣା ସଂସ୍ଥାର ଜଣେ ଗବେଷକ ରେବେକା ରିଚମାଡ୍‌ କହିଛନ୍ତି ଯେ ଏହି ଗବେଷଣାରୁ ଜଣାଯାଇଛି ଯେ, ଯେଉଁ ମହିଳାମାନେ ସକାଳେ ଉଠନ୍ତି, ସେମାନଙ୍କଠାରେ ସ୍ତନ କର୍କଟର ଆଶଙ୍କା ୪୦ ପ୍ରତିଶତ କମ୍‌। ଯେଉଁ ମହିଳା ରାତିରେ ୮ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି, ସେ ପ୍ରତି ଅଧିକ ଘଣ୍ଟାଏ ଲାଗି ସ୍ତନକର୍କଟର ଆଶଙ୍କା ୨୦ ପ୍ରତିଶତ ବୃଦ୍ଧି ପାଇଥାଏ।

 

ଏହି ଗବେଷଣାରୁ ଆହୁରି ମଧ୍ୟ କୁହାଯାଇଛି ଯେ, ରାତିରେ କାମ କରୁଥିବା ଓ ରାତିରେ ଅନ୍ଧାରରେ ନ ଶୋଇ ଲାଇଟ୍‌ ଲଗାଇ ଶୋଉଥିବା ମହିଳାମାନଙ୍କ କ୍ଷେତ୍ରରେ ବି ସ୍ତନ କର୍କଟ ହେବାର ଆଶଙ୍କା ଅଧିକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More