Only for Entertainment

‘ଦ ସ୍କାଇ ଇଜ୍ ପିଙ୍କ’ର ପ୍ରଥମ ପୋଷ୍ଟର ଆଉଟ, ଦୀର୍ଘ ଦିନ ପରେ ବଲିଉଡ ପରଦାରେ ପ୍ରିୟଙ୍କା ଚୋପ୍ରା

hindirush
21

ପ୍ରିୟଙ୍କା ଚୋପ୍ରା,ଫରହାନ ଅଖତର ଏବଂ ଜାୟରା ବସୀମ ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, କାରଣ ଦୀର୍ଘ ଦିନ ପରେ ବଲିଉଡ ରୂପେଲି ପରଦାକୁ ଫେରୁଛନ୍ତି ଦେଶୀ ଗର୍ଲ । ଆଜି ଫିଲ୍ମର ପ୍ରଥମ ପୋଷ୍ଟରକୁ ରିଲିଜ କରି ଦିଆଯାଇଛି । ଏହା ସହିତ ନିର୍ମାତା ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ।

ଆସନ୍ତା କାଲି ୧୦ ସେପ୍ଟେମ୍ବର ସକାଳ ୧୦ଟାରେ ଫିଲ୍ମର ଟ୍ରେଲର ରିଲିଜ କରାଯିବ । ଏହାର ନିର୍ଦ୍ଦେଶକ ହେଉଛନ୍ତି ସୋନାଲୀ ବୋଷ । ଫିଲ୍ମର ନିର୍ମାତା ହେଉଛନ୍ତି ରୟ କପୂର ଏବଂ ଆଇଏସବିପି । ହୋଇପାରେ ଏହି ଫିଲ୍ମ ଜାୟରା ବସୀମଙ୍କ ଶେଷ ଫିଲ୍ମ ହୋଇପାରେ । କାରଣ କିଛି ଦିନ ପୂର୍ବରୁ ଫିଲ୍ମ ଦୁନିଆରୁ ବିଦାୟ ନେଉଛନ୍ତି ବୋଲି ଜାୟରା ଏକ ପୋଷ୍ଟ ଲେଖି ସୋସିଆଲ ମିଡିଆରେ ଶେୟାର କରିଥିଲେ ।

 

ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ ରାଇଟର ଏବଂ ମୋଟିଭେସନାଲ ସ୍ପିକର ଆୟଶା ଚୌଧରୀଙ୍କ ଜୀବନ ଉପରେ ଆଧାରିତ । ସେ ପଲମୋନୋରୀ ଫାଇବ୍ରୋସିସରେ ପିଡ଼ିତ ଥିଲେ । ୧୩ ସେପ୍ଟେମ୍ବରକୁ ଟରୋଂଟୋ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ପ୍ରିମିୟର ହେବ । ପ୍ରିୟଙ୍କା ଟରୋଂଟରେ ପହଂଚି ଗଲେଣି । ଫିଲ୍ମର ଅନ୍ୟ ତାରକା ମାନେ ମଧ୍ୟ ସେଠାରେ ପହଂଚିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More