Only for Entertainment

ରିଲିଜ ହେଲା ‘ଦ ସ୍କାଇ ଇଜ୍ ପିଙ୍କ’, ଖୁବ ପ୍ରଶଂସା ସାଉଁଟୁଛନ୍ତି ପ୍ରିୟଙ୍କା ଓ ଫରହାନ

aajtak
30

ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ ଅଖତର ଷ୍ଟାରର ଫିଲ୍ମ ‘ ଦ ସ୍କାଇ ଇଜ୍ ପିଙ୍କ’ ସବୁ ଘରେ ରିଲିଜ ହୋଇ ସାରିଛି । ଏହି ଫିଲ୍ମକୁ ନେଇ ସମସ୍ତଙ୍କ ମଧ୍ୟରେ ଖୁବ ଉତ୍ସାହ ଥିଲା । କାରଣ ଦୀର୍ଘ ଦିନ ପରେ ବଲିଉଡକୁ ଫେରିଛନ୍ତି ପ୍ରିୟଙ୍କା ଚୋପ୍ରା, ତେଣୁ ଉତ୍ସାହ ବଢିବା ସ୍ୱଭାବିକ କଥା । ଏବେ ଫିଲ୍ମ ରିଲିଜ ହୋଇ ସାରିଛି ଏବଂ ଦର୍ଶକ ଫିଲ୍ମକୁ ଯଥେଷ୍ଟ ପ୍ରଶଂସା କରୁଛନ୍ତି ।

 

 

 

 

 


 

ଦୀର୍ଘ ଦିନ ଧରି ପ୍ରିୟଙ୍କା ଚୋପ୍ରା, ଫରହାନ ଅଖତର ଏବଂ ରୋହି ସରାଫ ଫିଲ୍ମର ପ୍ରମୋଶନ କରି ଆସୁଥିଲେ । କେବଳ ସେତିକି ନୁହେଁ ପ୍ରିୟଙ୍କା ଏବେ ଆମେରିକାର ବଡ଼ ବଡ଼ ଟକ ଶୋ ଯାଇ ଏହି ଫିଲ୍ମର ପ୍ରମୋଶନ କରୁଛନ୍ତି । ଏଥିପାଇଁ ପ୍ରିୟଙ୍କାଙ୍କର ଖୁବ ପ୍ରଶଂସା ହେଉଛି ।
ପ୍ରିୟଙ୍କା ଏବଂ ଫରହାନଙ୍କ ଫିଲ୍ମକୁ ଦେଖିବା ପରେ ସମସ୍ତ ସେଲିବ୍ରେଟୀ ଇମୋଶନାଲ ହୋଇ ଯାଇଥଲେ । ତେବେ ରୋହିତ ସରାଫ ଏବଂ ଅନ୍ୟ କୋ ଆକ୍ଟର ମାନଙ୍କୁ ମଧ୍ୟ ଖୁବ ପ୍ରଶଂସା କରାଯାଉଛି । ତେବେ ଫିଲ୍ମରେ ଜାୟରା ବସୀମଙ୍କ ଅଭିନୟକୁ ମଧ୍ୟ ଖୁବ ପ୍ରଶଂସା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More