Only for Entertainment

ପ୍ରଦୂଷଣ ମୁକ୍ତ ପରିବେଶ ସ୍ୱପ୍ନର ସହର ମସାଡାର !

29

ପ୍ରଦୂଷଣ ମୁକ୍ତ ପରିବେଶ କିଏ ବା ନ ଚାହେଁ ? ସଂଯୁକ୍ତ ଆରବ ଏମିରେଟ୍ସର ଅବୁଧାବୀର ୧୭କି.ମି ଦୂରରେ ଏହିପରି ଏକ ସୁସ୍ଥ ସହରର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାର ନାଁ ହେଉଛି ମାସଡାର । ୨୦୧୫ରେ ଏହାର ନିର୍ମାଣ ଅଧାଅଧି ଭାବେ ଶେଷ ହୋଇଯାଇଥିଲା ଏବଂ ୨୦୨୦-୨୫ମଧ୍ୟରେ ଏହା ସମୂର୍ଣ୍ଣ ହେବ । ୬କି.ମି ବ୍ୟାପି ଏହି ସହର, ସୌର ଏବଂ ହାଇଡ୍ରୋଜେନ ପାୱାର ପ୍ଲାଂଟ ସାହାଯ୍ୟରେ ଶକ୍ତି ପାଇବ । ଏଠାରେ ବ୍ୟକ୍ତିଗତ ଯାନ ସଂପୂର୍ଣ୍ଣ ଭାବେ ନିଷେଧ । କେବଳ ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ବିଦ୍ୟୁତ ଚାଳିତ ଯାନ ବ୍ୟବହାର କରିହେବ ।

ବର୍ତ୍ତମାନ ଏହି ସହରରେ ୧୯୦୦୦ଅଧିବାସୀ ବାସ କରୁଛନ୍ତି । କିନ୍ତୁ ଏହାର ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଏଠାରେ ୫୦ହଜାର ଅଧିବାସୀ ବାସ କରିପାରିବେ । ପୂରା ସହରରେ କେଉଁଠି ଇଲେକ୍ଟ୍ରିକ ସୁଇଚ୍ କିମ୍ବା ପାଣି ଟ୍ୟାପ ନାହିଁ । ସବୁଗୁଡିକ ସେନସର୍ ଦ୍ୱାରା ପରିଚାଳିିତ ହେବ, ଫଳରେ ୫୦ପ୍ରତିଶତରୁ ଅଧିକ ଶକ୍ତି ସଂଚୟ ହୋଇପାରିବ । ଶିଳ୍ପ ଜିନ ମାର୍କ କାଷ୍ଟେରାଙ୍କ ସହାୟତାରେ ସହରର ଡିଜାଇନ କରିଛନ୍ତି ବ୍ରିଟିଶ କମ୍ପାନୀ ପୋଷ୍ଟର ପାର୍ଟନର୍ସ । ୨୦୦୬ରେ ଏହି ସହରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏବେ ପର୍ଯ୍ୟନ୍ତ ଚାଲୁରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More