Only for Entertainment

ଦ ଜୋୟା ଫ୍ୟାକ୍ଟର: ସୋନମ ଶେୟାର କଲେ କୌତୁହଳପୂର୍ଣ୍ଣ ଭିଡ଼ିଓ, ନଜର ଆସିଲା ଆପଣ ଦେଖୁଥିବା ଟେଲି ସପିଂ ବିଜ୍ଞାପନର ଝଲକ୍

hindirush
36

ଅଭିନେତ୍ରୀ ସୋନମ କପୂର ଏବଂ ଦୁଲକର ସଲମାନ ଅଭିନୀତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ନୂଆ ଭିଡ଼ିଓକୁ ଶେୟାର କରିଛନ୍ତି ସୋନମ କପୂର । ଏହା ଖୁବ କୌତୁହଳ ପୂର୍ଣ୍ଣ ଭିଡ଼ିଓ । ଏଥିରେ ସୋନମ କପୂରଙ୍କୁ ଏକ ଦେବୀ ରୂପରେ ଦର୍ଶାଯାଇଛି । ଭିଡ଼ିଓରେ ଆକ୍ଟର ପଙ୍କଜ ଧୀର ହୋଷ୍ଟିଙ୍ଗ କରୁଥିବାର ନଜର ଆସିଛନ୍ତି ଏବଂ କୌଣସି ବିଜ୍ଞାପନ କମ୍ପାନୀ ହୋଷ୍ଟଙ୍କ ଭଳି ସୁରକ୍ଷା କବଚ ବା ଜୋୟା କବଚର ବିଜ୍ଞାପନ କରୁଥିବାର ଦେଖିବାକୁ ମିଳିଛି ।

ପଙ୍କଜ ଧୀର ଏହି ଭିଡ଼ିଓରେ ଜୋୟା କବଚର ଲାଭ ବିଷୟରେ ଜଣାଉଛନ୍ତି । ସେ କହୁଛନ୍ତି ଜଣେ ଅଭିନେତା ହୋଇଥିବା ଯୋଗୁଁ ଲୋକ ମୋତେ ଅଧିକାଂଶ ସମୟରେ ସଫଳ ହେବା ପାଇଁ ଫର୍ମୁଲା ବିଷୟରେ ପଚାରନ୍ତି, କିନ୍ତୁ ବନ୍ଧୁ ସେହିଭଳି କିଛି ଫର୍ମୁଲା ନାହିଁ ବା ଏଭଳି କୌଣସି ମନ୍ତ୍ର ନାହିଁ । କିନ୍ତୁ ଏକ ସିକ୍ରେଟ ଅଛି । ଜୋୟା ଭାରତର ପ୍ରଥମ ଲକି ଚାର୍ମ ଯାହାର ଗୁଡ଼ଲକ କଠିନ ପରିଶ୍ରମ ପରେ ବୈଜ୍ଞାନିକମାନେ ଜାଣିପାରିଲେ । ଏହିଭଳି ଗୁଡଲକ ଆପଣଙ୍କୁ ମଧ୍ୟ ମିଳିପାରେ । ଯଦି ବିଶ୍ୱାସ ହେଉନି ତେବେ ଏବେ ହିଁ ବୁକ କରନ୍ତୁ ଜୋୟା ଗୁଡଲକ ।

ଏହାପରେ ସାମ୍ନାକୁ ଆସୁଛି ଫିଲ୍ମର ଟ୍ରେଲର ତାରିଖ । ଫିଲ୍ମର ଟ୍ରେଲର ୨୭ ଅଗଷ୍ଟକୁ ରିଲିଜ ହେବ । କହିରଖୁଛୁ ସୋନମ ଏହି ଭିଡ଼ିଓ ଶେୟାର କରି ଲେଖିଛନ୍ତି ମୋର ସଫଳ ହେବାର କୌଣସି ରାଜ୍ ନାହିଁ, ଏହା କେବଳ ଜୋୟା କବଚର ଯାଦୁ ।

ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଭିଷେକ ଶର୍ମା ଏବଂ ଫିଲ୍ମ ୨୦ ସେପ୍ଟେମ୍ବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More