Only for Entertainment

ରିଲିଜ ହେଲା ଫିଲ୍ମ ଦ ଜୋୟା ଫ୍ୟାକ୍ଟର ପ୍ରଥମ ଗୀତ ‘ଲକି ଚାର୍ମ’ !

36

ଅପକମିଂ ଡ୍ରାମା କମ ରୋମାଟିଂକ ଫିଲ୍ମ ଦ ଜୋୟା ଫ୍ୟାକ୍ଟର ପ୍ରଥମ ଗୀତ ଏବେ ରିଲିଜ ହୋଇଛି । ଗୀତର ଟାଇଟେଲ ଲକି ଚାର୍ମ ରହିଥିବାବେଳେ ଏଥିରେ ଫିଲ୍ମର ଲିଡ ଷ୍ଟାର ସୋନମ ଓ ଦଲକିର ସଲମାନଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଳିଛି ।

ପରଦାକୁ ଫେରୁଛନ୍ତି ବଲିଉଡ ମସକଲି ଗର୍ଲ ସୋନମ କପୁର । ବାହାଘର ପରେ କିଛି ଦିନ ହେବ ସିଲଭର ସ୍କ୍ରିନଠୁ ଦୂରେଇ ଯାଇଥିବା ସୋନମ ଏଥରକ ନୂଆ କାହାଣୀ,ନୂଆ କିରଦାରଙ୍କୁ ସାଥିରେ ନେଇ ଫେରୁଛନ୍ତି । ଅପକମିଂ ଡ୍ରାମା କମ ରୋମାଟିକ ଫିଲ୍ମ ଦ ଜୋୟା ଫ୍ୟାକ୍ଟରରେ ଏକାଠି ନଜର ଆସିବେ ସୋନମ ଓ ସାଉଥଷ୍ଟାର ଦୁଲକର ସଲମାନ । କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକମାନେ ପସନ୍ଦ ମଧ୍ୟ କରିଛନ୍ତି । ଏବେ ଆସିଛ ଫିଲ୍ମର ପ୍ରଥମ ଗୀତ । ଏହାର ଟାଇଟେଲ ରହିଛି ଲକିଚାର୍ମ ।

ଅମିତାଭ ଭଟ୍ଟାଚାର୍ଯ୍ୟାଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଶଙ୍କର ଏହେସାନ ଲୟ । ଗୀତରେ ରହିଛି ଶଙ୍କର ମହାଦେବନ ଓ ରଘୁବର ଯ।ଦବଙ୍କ ଆୱାଜ । ସୋନମ ନିଜ ଟୁଇଟର ପେଜରେ ଏହି ଗୀତକୁ ପୋଷ୍ଟ କରିଛନ୍ତି ଆଉ କହିଛନ୍ତି ନିଜ କମବ୍ୟାକକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି । ଦ ଜୋୟା ଫ୍ୟାକ୍ଟରର ନିର୍ଦ୍ଦେଶନା ଅଭିଶେକ ଶର୍ମା ଦେଇଥିବାବେଳେ ସେପ୍ଟେମ୍ବର ୧୩ରେ ଏହା ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More