Only for Entertainment

୩୫ବର୍ଷ ବ୍ୟାନ ପରେ ସାଉଦିଆରବରେ ପ୍ରଥମ ଥର ଖୋଲିଲା ଥିଏଟର, ଦର୍ଶକ ଦେଖିଲେ ‘ବ୍ଲାକ ପାନ୍ଥର’ ।

bollywood tadka
0 48

ସାଉଦି ଆରବରେ ୩୫ବର୍ଷ ପରେ ପ୍ରଥମ ଥର ପାଇଁ ସିନେମା ହଲ ଖୋଲିଲା । ସାଉଦି ଆରବରେ କିଛି ଦିନ ହେବ ସିନେମା ଘର ରୋକ ହଟାଇ ଦିଆଯାଇଛି, ସେଠାରେ ଏବେ ଫିଲ୍ମ ଦେଖାଯିବ । ଏହି କାରଣରୁ ସାଉଦି ଆରବର ସିନେମା ଘର ଖୋଲିବା ମାତ୍ରେ ପ୍ରଥମ ସିନେମା ‘ବ୍ଲାକପାନ୍ଥର’ବୁଧବାର ଦିନ ରିଲିଜ କରାଯାଇଥିଲା । ସାଉଦିର ସିନିଅର କାର୍ଯ୍ୟକର୍ତ୍ତାଙ୍କୁ ସ୍ପେଶାଲ ସ୍କ୍ରିନିଂ ଜରିଆରେ ପ୍ରଥମ ସୋ ଦେଖାଯାଇଥିଲା । ତାଙ୍କ ପକ୍ଷରୁ ଅନୁମତି ମିଳିଲା ପରେ ଏହା ଅନ୍ୟମାନଙ୍କୁ ଦେଖିବା ପାଇଁ ଦିଆଯାଇଛି ।

ଦେଶରେ ପ୍ରଥମ ସିନେମାଘର କଥାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଖେଳିଯାଇଛି । ଦର୍ଶକଙ୍କ ମନରେ ଏତେ ମାତ୍ରା ଖୁସି ଥିଲା ଯେ ଗୁରୁବାର ଦିନରୁ ହିଁ ଅନଲାଇନ ଟିକେଟ ବୁକିଂ ହେବା ଆରମ୍ଭ ହୋଇଯାଇଥିଲା ।

ଏଠାରେ ଜଣାଇ ରଖୁଛୁ ଯେ ପୂର୍ବ ବର୍ଷ ସଂସ୍କୃତି ଏବଂ ସୂଚନା ମନ୍ତ୍ରଣାଳୟ ସିନେମାଘରକୁ ଲାଇସେନ୍ସ ଦେବା ପାଇଁ ଘୋଷଣା କରିଥିଲେ । ସାଉଦିର ରାଜା ମହମ୍ମଦ ବିନ ସଲମାନ ଦେଶର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତିର ସୁଧାର ପାଇଁ ନିର୍ଣ୍ଣୟ କରିଛନ୍ତି, ଯାହାକି ୨୦୩୦ପ୍ଲାନିଂର ଭାଗ ଅଟେ । ବିଗତ କିଛି ସମୟରୁ ସାଉଦିରେ ଚକିତ କଲା ଭଳି ପରିବର୍ତ୍ତନ କରାଯାଇଛି । ଏହାବ୍ୟତୀତ ମହିଳା ମାନଙ୍କୁ ଗାଡି ଚାଳନା ପାଇଁ ମଧ୍ୟ ବର୍ତ୍ତମାନ ଅନୁମତି ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More