Only for Entertainment

୬୦ ଲକ୍ଷ ଲୁଟି ନେଇ ଲିପଷ୍ଟିକରେ ଚୋର ଲେଖି ଦେଇଗଲା ଭାଉଜ ଆପଣ ବହୁତ ସୁନ୍ଦର

www.latestly.com
89

ଛଟ୍ ପୂଜା ପାଳିବା ବିହାରର ଏକ ଦମ୍ପତ୍ତିକୁ ମହଙ୍ଗା ପଡ଼ିଛି । ସ୍ୱାମୀ ସ୍ତ୍ରୀ ପୂଜା କରିବା ପାଇଁ ବାହାରକୁ ଯାଇଥିବା ବେଳେ ଚୋରମାନେ ଘରେ ପଶି ନଗଦ ୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଚୋରି କରି ଫେରିବା ସମୟରେ ଡ୍ରେସିଂ ଟେବଲରେ ଲାଗିଥିବା ଦର୍ପଣରେ ଏକ ଲାଲ ଲିପଷ୍ଟିକରେ ଲେଖିଛନ୍ତି, ‘ଭାଉଜ ଆପଣ ବହୁତ ସୁନ୍ଦର’ । କହିରଖୁଛୁ ସ୍ଥାନୀୟ ଅଂଚଳରେ ଏହା ଚାଂଚଲ୍ୟ ସୃଷ୍ଟି କରିଛି ଏବଂ ଚର୍ଚ୍ଚାର ବିଷୟ ସାଜିଛି ।

ପାଟନା ପତ୍ରକାର ନଗର ଥାନା ଅନ୍ତର୍ଗତ ହନୁମାନ ନଗର ଅଂଚଳରେ ସମ୍ପୃକ୍ତ ବ୍ୟବସାୟୀ ରୁହନ୍ତି । ପିତା ମାତା ଅସୁସ୍ଥ ଥିବାରୁ ଏହି ଦମ୍ପତ୍ତି ଛଟ୍ ପୂଜା ପାଇଁ ଗାଁକୁ ଯାଇଥିଲେ । ଏହି ସୁଯୋଗରେ ଚୋରମାନେ ତାଲା ଭାଙ୍ଗି ଘରେ ପଶି ନଗଦ ୬୦ ଲକ୍ଷ ଚୋରି କରିବା ସହିତ ଅନ୍ୟ ଦାମୀ ସାମଗ୍ରୀ ମଧ୍ୟ ଚୋରି କରି ନେଇଛନ୍ତି । ଯିବାବେଳେ ସେମାନଙ୍କ ନଜର ପଡ଼ିଲା ଡ୍ରେସିଂ ଟେବଲ ଉପରେ । ସେଥିରେ ଥିବା ଏକ ଲାଲ ରଙ୍ଗର ଲିପଷ୍ଟିକ ଆଣି ଚୋରମାନେ ଲେଖିଛନ୍ତି ଭାଉଜ ଆପଣ ବହୁତ ସୁନ୍ଦର ଓ ଭଲ । ଭଗବାନ କରନ୍ତୁ ଆପଣଙ୍କ ଘର ଧନଧାନ୍ୟରେ ପୂରି ଉଠୁ । ଆଗାମୀ ବର୍ଷ ପୁଣି ଆସିବୁ । କିନ୍ତୁ ବ୍ୟବସାୟୀଙ୍କୁ ଗାଳି କରିଥିଲେ ।

ଗାଁରୁ ଫେରିବା ପରେ ବ୍ୟବସାୟୀ ଜଣକ ଥାନାରେ ଏତଲା ଦେଇଛନ୍ତି । ତେବେ ପୋଲିସର କହିବା ଅନୁସାରେ କୌଣସି ସ୍ଥାନୀୟ ଲୋକ ଏଭଳି କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More