Only for Entertainment

ଆଖିର ଶକ୍ତି ବଢାଇଥାଏ ଏହି ସମସ୍ତ ଜିନିଷ ।

punjab kesari
45

ଲଗାତାର କମ୍ପ୍ୟୁଟର ସାମ୍ନାରେ ବସିବା,ଟିଭି ଦେଖିବା ଏବଂ ମୋବାଇଲ ବ୍ୟବହାର ଆଦି କରିବା ଦ୍ୱାରା ଧୀରେ ଧୀରେ ଆଖିର ରଶ୍ମି କମ ହୋଇଯାଏ । ତେଣୁ ଯୁବାବସ୍ଥାରୁ ମଧ୍ୟ ଚଷମା ବ୍ୟବହାର କରିବାକୁ ପଡ଼ିଥାଏ । ଏଭଳି ପରିସ୍ଥିତିରେ ଆଖିର ଯତ୍ନ ନେବା ନିହାତି ଜରୁରୀ । ଯେଉଁଥିପାଇଁ ଠିକ ଭାବରେ ଡାଇଟ ନେବାକୁ ପଡ଼ିବ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଖାଦ୍ୟ ବିଷୟରେ ଜଣାଇବୁ ଯାହା ଆଖିର ରଶ୍ମି ବଢାଇବାରେ ସହାୟକ ହେବ ।

ଗାଜର:
ବିଟା କ୍ୟାରୋଟିନରେ ଭରପୂର ଗାଜର ରେଟିନାର କାମକୁ ଅଧିକ ଉତ୍ତମ କରିଥାଏ । ଏହା ସହିତ ଗାଜର ଭିଟାମିନ ଏର ଏକ ବଡ଼ ସ୍ରୋତ ଯାହା ଆଖି ପାଇଁ ଖୁବ ଭଲ ।

ଅଣ୍ଡା:
ଏଥିରେ ଆମିନୋ ଏସିଡ, ପ୍ରୋଟିନ,ସଲଫର,ଲ୍ୟାକ୍ଟିନ,ସିଷ୍ଟନ,ଭିଟାମିନ ବି ଟୁ ରହିଥାଏ । ତେଣୁ ଡାଇଟରେ ଅଣ୍ଡାକୁ ସାମିଲ କରନ୍ତୁ ।

ପାଣି:
ଆମ ଶରୀରର ୮୦ ପ୍ରତିଶତ ଭାଗ ଜଳରେ ଗଠିତ । ତେଣୁ ଏହାକୁ ପିଇବା ଦ୍ୱାରା ରୋଗର ପରିମାଣ କମ ହୋଇଥାଏ । ଡିହାଇଡ୍ରେସନର କାରଣ ହେଉଛି ଆଖି ଶୁଷ୍କ ରହିବା । ଯାହା ଦ୍ୱାରୋ ଦେଖିବାର ଶକ୍ତି କମ ହୋଇଯାଏ । ତେଣୁ ପ୍ରଚୁର ମାତ୍ରାରେ ପାଣି ପିଇବା ଖୁବ ଭଲ ।

ମାଛ:
ଫ୍ୟାଟି ଏସିଡ ଯୁକ୍ତ ମାଛ ଖାଇବା ଦ୍ୱାରା ଦେଖିବା ଶକ୍ତି ବୃଦ୍ଧି ହୋଇଥାଏ ।

ସବୁଜ ପନିପରିବା:
ଏଥିରେ ଥିବା ଆଇରନ ଲ୍ୟୁଟିନ ଏବଂ ମୋତିଆବିନ୍ଦୁ ଆଦି ସମସ୍ୟାକୁ ଦୂର କରିଥାଏ । ତେଣୁ ଡାଇଟରେ ସବୁଜ ପନିପରିବା ସାମିଲ କରନ୍ତୁ ।

ମାଂସ:
ଏଥିରେ ଆପଣ କେବଳ ଚିକେନକୁ ସାମିଲ କରିପାରିବେ । ଏଥିରେ ଜିଙ୍କ ପ୍ରଚୁର ଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଆଖି ସମ୍ବଦ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ବାଦାମ:
ଏହା ଆଖି ପାଇଁ ଖୁବ ଭଲ । ରାତିରେ ବାଦାମକୁ ପାଣିରେ ଭିଜାଇ ସକାଳ ସମୟରେ ଖାଆନ୍ତୁ । ଏହା ଦ୍ୱାରା ଆଖିର ରଶ୍ମୀ ତୀବ୍ର ହୋଇଥାଏ ଏବଂ ସ୍ମୃତିଶକ୍ତି ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More