Only for Entertainment

ହିରାନୀ କହିଲେ ସଂଜୁର ବେଷ୍ଟ ସିନ,ରଣବୀରଙ୍କ ସହିତ କରିବେ ୫ଟି ଫିଲ୍ମ ।

bollywoodlife
0 46

ହିରାନୀ ସର୍ବଦା ଭିନ୍ନ ଏବଂ ଫ୍ୟାମିଲି ଏଂଟରଟେନିଂ ଫିଲ୍ମ ପାଇଁ ପ୍ରସିଦ୍ଧ । ତାଙ୍କ ଫିଲ୍ମରେ ଗମ୍ଭୀର କାହାଣୀ ମଧ୍ୟ ନଜର ଆସିଥାଏ । ଏହାପରେ ମଧ୍ୟ ଦର୍ଶକ କେବେ ବୋର ହୋଇନଥାନ୍ତି । କେବଳ ଗମ୍ଭୀର କଥା କହିଲେ ଠିକ ହେବ ନାହିଁ,କାରଣ ଏଭଳି ଦୃଶ୍ୟର ମଧ୍ୟ ଅଭାବ ନାହିଁ ଯେଉଁଥିରେ ଦର୍ଶକ ନ ହସି ରହିପାରିବେ । ତେବେ ରଣବୀରଙ୍କ ସହିତ କଥା ହେବା ସମୟରେ ହିରାନୀ ସଂଜରେ ତାଙ୍କ ପ୍ରିୟ ଦୃଶ୍ୟ ବିଷୟରେ କହିଛନ୍ତି । ତେବେ ହିରାନୀଙ୍କ ଦୁଇଟି ଭାବୁକ ଦୃଶ୍ୟ ଖୁବ ପସନ୍ଦ ଆସିଛି । ହିରାନୀଙ୍କ ଫାଦର ବଣ୍ଡ ଦୃଶ୍ୟ ଏବଂ ବିଶେଷକରି ଯେତେବେଳେ ସୁନିଲ ଦତ୍ତଙ୍କ ମୃତ୍ୟୁ ହୋଇଛି ସେହି ଦୃଶ୍ୟ ହୃଦୟକୁ ଛୁଇଁଛି ।

ହିରାନୀ ଏହା ମଧ୍ୟ କହିଛନ୍ତିଯେ ସେ ଫିଲ୍ମକୁ ଭିନ୍ନ ଭାବରେ ମଧ୍ୟ କରିପାରିଥାନ୍ତେ କିନ୍ତୁ ସଂଜୟଙ୍କ ପାରିବାରିକ ଜୀବନ ବିଷୟରେ ଦେଖାଇବାକୁ ସେ ଖୁବ ପସନ୍ଦ କଲେ । ତେବେ ହିରାନୀ ଏବଂ ରଣବୀର କପୁରଙ୍କ କଥା ହେଉଥିବା ସମୟର ଏକ ଭିଡ଼ିଓ ଜାରି କରାଯାଇଛି । ଦେଖନ୍ତୁ ଭିଡ଼ିଓ । ଯେଉଁଥିରେକଥା ହେବା ସମୟରେ ହିରାନୀ କହିଛନ୍ତି ସେ ରଣବୀରଙ୍କ ସହିତ ୫ଟି ଫିଲ୍ମ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More