Only for Entertainment

Amazing! ଦୁନିଆର ୬ଟି ଏପରି ଦେଶ ଯେଉଁଠାରେ ଦୁଏ ନାହିଁ ରାତି ।

adventurouskate
51

ନୂଆ ନୂଆ ସ୍ଥାନକୁ ବୁଲିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆପଣ ବୁଲିବାର ଖୁବ ମଜା ନେଇ ପାରିବେ । ଏହି ଦେଶ ଗୁଡିକର ସବୁଠାରୁ ଖାସ କଥା ହେଉଛି ଏଠାରେ ରାତି ହୁଏ ନାହିଁ । ଆସନ୍ତୁ ଜାଣିବା ଏପରି କିଛି ଦେଶ ବିଷୟରେ ଯେଉଁଠାରେ ସୂର୍ଯ୍ୟ କିଛି ଦିନ ପାଇଁ ଅସ୍ତ ହୁଅନ୍ତି ନାହିଁ ।

ନାରୱେ-

ନାରୱେ ଏକ ଖୁବ ସୁନ୍ଦର ଦେଶ । ମଇ ରୁ ଜୁଲାଇ ଅର୍ଥାତ ପ୍ରାୟ ୭୬ ଦିନ ଏହି ଦେଶରେ ସୂର୍ଯ୍ୟ ଆସ୍ତ ଦୁଅନ୍ତି ନାହିଁ । ଏହା କାରଣରୁ ନାରୱେକୁ ‘ଲ୍ୟାଣ୍ଡ ଅଫ ମିଡନାଇଟ ସନ’ ମଧ୍ୟ କୁହାଯାଇଥାଏ ।

pic1

ସ୍ୱିଡନ-
ଆପଣ ଜାଣି ଆଶ୍ଚଯର୍ଜ୍ଞ୍ୟ ଦେବେ ଯେ ଏହି ଦେଶରେ ସୂର୍ଯ୍ୟ ୧୦୦ ଦିନ ପର୍ଯ୍ୟନ୍ତ ଅସ୍ତ ଦୁଅନ୍ତି ନାହିଁ । ମଇ ଠାରୁ ଆରମ୍ଭ କରି ଅଗଷ୍ଟ ପର୍ଯ୍ୟନ୍ତ ଲଗାତାର ଦିନ ହିଁ ଥାଏ ରାତି ହୁଏ ନାହିଁ ।

pic2

ଅଲସ୍କା-
ଅଲସ୍କା ମଧ୍ୟ ଏପରି ଏକ ଦେଶ ଯେଉଁଠାରେ ମଇ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାତି ହୁଏ ନାହିଁ । ଏଠାରେ ରାତି ୧୨:୩୦ରେ ସୂର୍ଯ୍ୟ ଅସ୍ତ ଦୁଅନ୍ତି ଏବଂ ୫୧ ମିନିଟ ପରେ ପୁଣିଥରେ ସୂର୍ଯ୍ୟଦୋୟ ହୋଇଥାଏ ।

pic3

ଫିନଲ୍ୟାଣ୍ଡ-
ସୁନ୍ଦର ସୁନ୍ଦର ହ୍ରଦ ଫିନଲ୍ୟାଣ୍ଡର ସୁନ୍ଦରତାକୁ ଆହୁରି ସୁନ୍ଦର କରିଥାଏ । ଗରମ ଦିନରେ ଏଠାରେ ଲଗାତାର ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ଦୁଅନ୍ତି ନାହିଁ । ଟ୍ରାଭେଲିଂ ପାଇଁ ଏହା ସବୁଠାରୁ ଭଲ ଅପସନ ।

finland

କନାଡା-
କନାଡାର ଉତ୍ତର-ପଶ୍ଚିମ ଭାଗରେ ୫୦ ଦିନ ପର୍ଯ୍ୟନ୍ତ ରାତି ହୁଏ ନାହିଁ । କିନ୍ତୁ ଏହା କନାଡାର କିଛି ଅଂଶରେ ଦେଖିବାକୁ ମିଳିଥାଏ ।

Green mountainous landscape of Iceland as viewed from above

ଆଇସଲ୍ୟାଣ୍ଡ-
ଆଇସଲ୍ୟାଣ୍ଡ ପ୍ରକୃତିକ ସୁନ୍ଦରତାରେ ଭରପୂର ଏପରି ଏକ ଦେଶ ଯେଉଁଠାରେ ୧୦ ମଉ ଠାରୁ ଆରମ୍ଭ କରି ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ଦୁଅନ୍ତି ନାହିଁ । ଏଠାରେ ରାତି ଅଧାରେ ମଧ୍ୟ ଆପଣ ଦିନର ମଜା ନେଇ ପାରିବେ ।

Iceland-waterfall-Unsplash

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More