Only for Entertainment

ଏହା ଭାରତର ସବୁଠାରୁ ସୁନ୍ଦର ଏବଂ ଭୟଙ୍କର ହୋଟେଲ!

panjabkeshri.in
0 42

ଆପଣ ଏଭଳି ଅନେକ ସ୍ଥାନ ଜାଣିଥିବେ ଯେଉଁସ୍ଥାନ ଅତି ଭୟଙ୍କର ସଦୃଶ ଅଟେ । ଭାରତରେ ଏଭଳି ଅନେକ ପୂରାତନ ସ୍ଥାନ ରହିଛି ଏବଂ ଅନେକ ଐତିହାସିକ ସ୍ଥାନ ରହିଛି ଯେଉଁ ସ୍ଥାନ ସବୁକୁ କୌଣସି କାରଣରୁ ଭୂତ ମାନଙ୍କ ସ୍ଥଳୀ ବୋଲି ଅନୁମାନ କରାଯାଏ । ମାତ୍ର ଆଜି ଆମେ ଆପଣମାନଭ୍କୁ ଭାରତରେ ଅବସ୍ଥିତ କିଛି ଭୂତଥିବା ସୁନ୍ଦର ସ୍ଥାନ ସମ୍ପର୍କରେ ବତାଇବୁ । ଭାରତର ଏହି ହୋଟେଲ ଗୁଡିକ ଆଜି ମଧ୍ୟ ଖୋଲା ଅଛି ମାତ୍ର ଭୂତ ବାସ କରୁଥିବା କାରଣରୁ କିଛି ଏଭଳି ସ୍ଥାନ ରହିଛି ଯେଉଁ ସ୍ଥାନକୁ ଯିବା ଲାଗି ଅନୁମତି ନାହିଁ । ତେବେ ଚାଲନ୍ତୁ ଜାଣିବା ଭାରତର ଏହି ସୁନ୍ଦର ଭୂତ ବାସ କରୁଥବା ହୋଟେଲ ସମ୍ପର୍କରେ ।

hotel. ମୁମ୍ବାଇ, ରାଜ କିରଣ ହୋଟେଲ
ଅତି ଭୌତିକ ବିଶେଷଜ୍ଞଙ୍କ କହିବା ମୁତାବିକ ଲୋନାବଲା ସ୍ଥିତ ରାଜ କିରଣ ହୋଟେଲ ଭୂତ ମାନଙ୍କର ବାସସ୍ଥଳୀ ଅଟେ । ଏହି ହୋଟେଲରେ ଏକ ରୁମ ଭୂତମାନଙ୍କ ଦଖଲରେ ରହିଛି । ତେଣୁ ଏହି କାରଣରୁ ଏଠାକୁ ଆସୁଥିବା ଲୋକଙ୍କ ସହ ଅଜବ ଗଜବ ଘଟଣା ଘଟିଥାଏ । ବେଳେ ବେଳେ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା ହୋଇଥବା ଶୁଣିବାକୁ ମିଳିଛି ।

ramoji. ହାଇଦ୍ରାବାଦ, ରାମୋଜୀ ଫିଲ୍ମ ସିଟି
ପର୍ଯ୍ୟଟକମାନଙ୍କ ସବୁଠାରୁ ଉତ୍ତମ ସ୍ଥଳୀ ହାଇଦ୍ରବାଦର ରାମୋଜୀ ଫିଲ୍ମ ସିଟି ଅଟେ । ଏହାକୁ ମଧ୍ୟ ଭୂତମାନଙ୍କର ସ୍ଥଳ ଅଟେ । ନିଜାମ ସୁଲତାନଙ୍କ ଯୁଦ୍ଧ ଭୂମି ଉପରେ ଏହା ନିର୍ମିତ ହୋଇଛି । ଏଠାରେ ମୃତ ସୈନ୍ୟଙ୍କ ଆତ୍ମା ଦେଖାଯାଇଥବା ଶୁଣିବାକୁ ମିଳିଛି ।

. କୋଟା, ବୃଜ ରାଜ ଭବନ
ରାଜସ୍ଥାନ କୋଟା ସହରର ଏହି ମହଲକୁ ୧୯୮୦ରେ ଏକ ହୋଟେଲ ବନାଇ ନିଆଯାଇଛି । ଏଠାରେ ଲୋକମାନେ କିଛି ଅଜବ ଘଟଣା ହୋଇଥିବା ଅନୁଭବ କରିଛନ୍ତି । ଏହି ସୁନ୍ଦର ହୋଟେଲ ଆଜି ମଧ୍ୟ ମେଜର ବର୍ଟନଙ୍କ ଆତ୍ମା ରହିଥିବା ଅନୁଭବ ହୋଇଛି ।

. ମୁମ୍ବାଇ, ତାଜ ହୋଟେଲ
ଏହି ହୋଟେଲ ନିଜ ସୁନ୍ଦରତା ପାଇଁ ପୂରା ଦୁନିଆରେ ଖ୍ୟାତି ଲାଭ କରିପାରିଛି । ଏଠାରେ ମଧ୍ୟ ଭୂତ ବାସ କରୁଥିବା ଅନୁଭବ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More