Only for Entertainment

ଖୁବଶୀଘ୍ର କେଶ ବଢିବାରେ ସାହାଯ୍ୟ କରେ ଏହି ୫ଟି ଆୟୁର୍ବେଦିକ ଟିପ୍ସ ।

43

ବୟସ ବଢିବା, ଆନୁବଂଶିକତା, ଖାଦ୍ୟ ପେୟ ସମସ୍ୟା, ଖାଦ୍ୟରେ ପୋଷକର ଅଭାବ, ଚିନ୍ତା, ହର୍ମୋନାଲ ସନ୍ତୁଳନ ବିଗିଡ଼ିବା, ମୌସୁମୀ ପରିବର୍ତ୍ତନ, ଅଧିକ ଔଷଧ ଖାଇବା ଆଦି ବିଭିନ୍ନ ସମସ୍ୟା ଦ୍ୱାରା କେଶ ଝଡ଼ିଥାଏ । ତେଣୁ ଆପଣ ବିଭିନ୍ନ ପ୍ରଣାଳୀ ବ୍ୟବହାର କରନ୍ତି ଏଥିରୁ ମୁକ୍ତି ପାଇବା ପାଇଁ । ଆଜି କିନ୍ତୁ ଆମେ ଆପଣଙ୍କୁ ଶିଖାଇବୁ କିଛି ଆୟୁର୍ବେଦିକ ଉପଚାର । ଆସନ୍ତୁ ଆଲୋଚନା କରିବା ।

  • ପିଆଜ ରସ:
    ପିଆଜ ରସ ବାହାର କରି କେଶ ମୂଳରେ ଲଗାନ୍ତୁ । ୧୫ରୁ ୨୦ ମିନିଟ ପରେ ଶାମ୍ପୁରେ ଧୋଇ ଦିଅନ୍ତୁ । ସପ୍ତାହକୁ ୨ରୁ ୩ ଥର ଏଭଳି କରନ୍ତୁ । ଏହା ସଲଫରରେ ଭରପୂର । ଏହା ଦ୍ୱାରା କେଶ ବଢିଥାଏ ।
  • କ୍ୟାଷ୍ଟ୍ରଲ ଅଏଲ:
    ସାମାନ୍ୟ ଗରମ ଏହି ତେଲକୁ କେଶ ମୂଳରେ ମାଲିସ କରନ୍ତୁ । ୨୦ ମିନିଟ ପାଇଁ କେଶକୁ ଟାୱେଲ ମାଧ୍ୟମରେ ଘୋଡ଼ାଇ ଦିଅନ୍ତୁ । ଏହି ତେଲ କେଶକୁ ମୋଟା କରିବା ସହିତ କୋମଳ କରିଥାଏ ଏବଂ ବଢାଇଥାଏ ।
  • କଂଚା ଅଣ୍ଡା:
    କଂଚା ଅଣ୍ଡାକୁ ଫେଂଟି କେଶରେ ଲଗାନ୍ତୁ ଏବଂ କିଛି ସମୟ ପରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶର ଚମକ ବଢିଥାଏ ଏବଂ କେଶ ବଢିଥାଏ ।
  • ଏଲୋଭେରା:
    କେଶରେ ଏଲୋଭେରା ଲଗାଇ ୧ ଘଂଟା ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ଶାମ୍ପୁରେ ଧୋଇଦିଅନ୍ତୁ । ଏହା ଦ୍ୱାରା କେଶ ବଢିଥାଏ ଏବଂ ଚମକ ମଧ୍ୟ ବଢିଥାଏ । ସପ୍ତାହରେ ୨ରୁ ୩ ଥର ମସାଜକରନ୍ତୁ ।
  • ଭୃସଙ୍ଗ ପତ୍ର:
    ନଡ଼ିଆ ତେଲ ରେ ଏହି ପତ୍ର ପକାଇ ଗରମ କରନ୍ତୁ ଏବଂ ପରେ ଛାଣି ଦିଅନ୍ତୁ । ଏହାକୁ କେଶ ମୂଳରେ ମାଲିସ କରନ୍ତୁ । ଏହା ଦ୍ୱାରା କେବଳ କେଶ ବଢିନଥାଏ ବରଂ ଅସମୟରେ କେଶ ଧଳା ହେବାରୁ ମୁକ୍ତି ମିଳିଥାଏ ।
  • ଅନ୍ୟ ଟିପ୍ସ:
    ସପ୍ତାହରେ ଅତି କମରେ ଦୁଇ ଥର କେଶରେ ସାମାନ୍ୟ ଗରମ ତେଲ ମସାଜ କରନ୍ତୁ ।
    ଶାମ୍ପୁ କରିବା ପରେ କେଶରେ କଣ୍ଡିସନର ଲଗାନ୍ତୁ ।
    କେଶ ଲମ୍ବା କରିବା ପାଇଁ ବିଅର ବ୍ରିଷ୍ଟଲ ବ୍ରଶ ବ୍ୟବହାର କରନ୍ତୁ ।
    ପ୍ରତି ୮ରୁ ୧୦ ସପ୍ତାହରେ କେଶକୁ ଟ୍ରିମ କରିବା ଜରୁରୀ । ଏହା ଦ୍ୱାରା ଦୋ ମୁହଁ କେଶ ହୋଇନଥାଏ ।ଏବଂ କେଶ ବଢିଥାଏ ।
ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More