Only for Entertainment

ଯେତେବେଳେ ରାତାରାତି ସାଧାରଣ ଲୋକରୁ ହୋଇଯାଇଥିଲେ ‘ସୁପରଷ୍ଟାର’, ଜାଣନ୍ତୁ କିପରି ହୋଇଥିଲା ଚମତ୍କାର !

29

କେହି ଏଭଳି କେବେ ଅନୁମାନ କରି ନଥିବ ଯେ ରାତାରାତି କେହି ଷ୍ଟାର ହୋଇଯିବ । କିନ୍ତୁ ସୋସିଆଲ ମିଡିଆ ଏହା କରି ଦେଖାଇଛି । ଆଜିକାଲି ନୂଆ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଭଗବାନ ସ୍ୱରୁପ । ଏହା ଫେମସ ହେବା ପାଇଁ ଭଲ ପ୍ଲାଟଫର୍ମ ଅଟେ । ଅନେକ ଲୋକଙ୍କ ଜୀବନକୁ ଗୋଟିଏ ଝଟକାରେ ବଦଳାଇ ଦେଇଛି ।

ରିୟାଜ ଅଲୀ-

କମ ବୟସରେ ଖୁବ ସଫଳତା ହାସଲ କରି ସୋସିଆଲ ମିଡିଆରେ ଷ୍ଟାର ପାଲଟିଛନ୍ତି ଏହି କଳାକାର । ରିୟାଜ ଅଲୀଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏଠାରେ ଆମେ କହି ରଖୁଛୁ ଯେ ରିଆଜ ପ୍ରତି ମାସରେ ୧ଲକ୍ଷରୁ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଇନକମ କରୁଛନ୍ତି । କିଛି ଦିନ ପୂର୍ବେ ସେ ଏକ ମ୍ୟୁଜିକ ଭିଡିଓ’ୟାରୀ ହେ’ ମଧ୍ୟ ନଜର ଆସିଥିଲେ । ୟୁଟ୍ୟୁବରେ ଏହି ଭିଡିଓକୁ ଖୁବ ଭଲ ରେସପେନ୍ସ ମିଳିଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୨୩ମିଲିଅନ ଥର ଦେଖାଯାଇ ସାରିଲାଣି ।

ସଂଜୀବ ଶ୍ରୀବାସ୍ତବ-

ଡାସିଂ ଅଙ୍କଲଙ୍କ ନାଁରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଂଟିଥିବା ଡବୁ ଅଙ୍କଲ ଏକ ଡାନ୍ସିଂ ଭିଡିଓ ପାଇଁ ହିଁ ରାତାରାତି ସୋସିଆଲ ମିଡିଆ ସେନସେଶନ ପାଲଟିଯାଇଥିଲେ । ତାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ସହ ସଲମାନ ଖାନ , ଗୋବିନ୍ଦା , ସୁନୀଲ ସେଟ୍ଟୀ ଭେଟ ମଧ୍ୟ କରିଥିଲେ ।

ଢିଂଚକ ପୂଜା-

ଢିଂଚକ ପୂଜା ଏକ ୟୁଟ୍ୟୁବର ଅଟନ୍ତି ଏବଂ ତାଙ୍କ ଭାଗ୍ୟ ମଧ୍ୟ ରାତାରାତି ଚମକି ଥିଲା । ତାଙ୍କ ବେସୁରା ଗୀତ ସେଲ୍ଫି ମେନେ ଲେଲି ୟାର ଖୁବ ଭାଇରାଲ ହୋଇଥିଲା । ଏହିକାରଣରୁ ତାଙ୍କୁ ସବୁଠାରୁ ବଡ ରିଆଲିଟି ଶୋ’ ବିଗବସରେ ଯିବା ପାଇଁ ମଉକା ମିଳିଥିଲା ।

 

ପ୍ରିୟା ପ୍ରକାଶ ୱାରିଅର-

ସୋସିଆଲ ମିଡିଆରେ ସେନସେଶନ ପାଲଟି ଥିବା ପ୍ରିୟା ପ୍ରକାଶ କେବଳ ଏକ ଛୋଟ କ୍ଲିପ ପାଇଁ ଭାଇରାଲ ହୋଇଯାଇଥିଲେ । ଏହି କ୍ଲିପରେ ସେ ଆଖି ମାରୁଥିବାର ଦେଖିବାକୁ ମିଳିଥିଲେ ଏବଂ ଭିଡିଓ ସାରା ଦେଶରେ ଭାଇରାଲ ହୋଇଥିଲା ।

ଅହମଦ ଶାହ-

ଟିକଟକର ଏକ ଛୋଟ ଭିଡିଓ କ୍ଲିପ ‘ପିଛେ ତୋ ଦେଖୋ’ରୁ ରାତାରାତି ଷ୍ଟାର ହୋଇଯାଇଥିଲେ ଏହି କ୍ୟୁଟ ଶିଶୁ ଅହମଦ ଶାହ । ଏହି ଭିଡିଓ ପରେ ତାଙ୍କୁ ବିଜ୍ଞାପନରେ କାମ କରିବାକୁ ମିଳିଥିଲା ।

ଗରିମା ଚୌରସିୟା-

ଗରିମାଙ୍କ ଡାନ୍ସ ଭିଡିଓ ବହତ ହାର୍ଡ ଟିକ ଟିକରେ ଖୁବ ଭାଇରାଲ ହୋଇଥିଲା, ଆଜି ତାଙ୍କୁ ଲକ୍ଷ ଲକ୍ଷ ଲୋକ ଜାଣନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More