Only for Entertainment

ଏହି ସାହସୀ କୁକୁର କରିଛନ୍ତି ଦେଶର ସେବା, ଏବେ ଏମାନଙ୍କୁ ଆପଣଙ୍କ ଆବଶ୍ୟକ !

35

ଭାରତୀୟ ସେନା ହୁଅନ୍ତୁ କିମ୍ବା ସୁରକ୍ଷା ଏଜେନ୍ସି, କୁକୁରମାନଙ୍କର ଏଥିରେ ବଡ ଅବଦାନ ରହିଛି । ଏମାନଙ୍କର ଘ୍ରାଣଶକ୍ତି ଅନେକ କାମରେ ଉପଯୋଗୀ ହୋଇଛି । ଏହିଭଳି ସେ ଦେଶରେ କାମରେ ଆସିଥାଆନ୍ତି । ଏକ ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟ ହେଉଛି ଯେଉଁ କୁକୁର ୭ବର୍ଷ ପର୍ଯ୍ୟନ୍ତ ଦେଶର ସେବା କରିଛନ୍ତି ସେମାନଙ୍କୁ ଆପଣମାନେ ପୋଷ୍ୟ ରୂପେ ଗ୍ରହଣ କରନ୍ତୁ ।

ରୋହିତ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଏହି ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ ଏହି କୁକୁର ରାଷ୍ଟ୍ରକୁ ନିଜର ୭ବର୍ଷ ଦେଇଛନ୍ତି । ଏବେ ଏମାନେ ବୁଢା ହୋଇଗଲେଣି । ଏମାନଙ୍କୁ ଆପଣ ପୋଷ୍ୟ କରି ନେଇ ଏକ ସୁନ୍ଦର ଘର ଏବଂ ଭଲ ପାଇବା ଦେଇପାରିବେ । କିନ୍ତୁ ଆପଣଙ୍କୁ କେବଳ ଏକ ଆଫିଡେବିଟ ଦେବାକୁ ପଡିବ ଏବଂ ଘରର ଠିକଣା ଦେବାକୁ ପଡିବ । Comdt RVC Centre & College, College, Meerut Cantt, Meerut – 250001’

ଲୋକମାନେ ଏହି ଟ୍ୱିଟରେ ଭାବୁକ ହୋଇପଡିଛନ୍ତି । ପିମନିଷ ନାମକ ୟୁଜର ଲେଖିଛନ୍ତି ଭାରତୀୟ ସେନାଙ୍କର ମଙ୍ଗଳ କରନ୍ତୁ ଭଗବାନ , ସେମାନଙ୍କୁ ପୋଷ୍ୟ କରିପାରିବି ନାହିଁ ମାତ୍ର ଆର୍ଥିକ ସହାୟତା ଜରୁରୀ ହେଲେ କରିପାରିବେ ।
ଆଉଜଣେ ସେହିଭଳି ଲେଖିଛନ୍ତି ଯେ ଆଗରୁ ସେ ଦୁଇଜଣଙ୍କୁ ପୋଷ୍ୟ କରିଥିଲେ । କୁକୁରଙ୍କୁ କେବଳ ରୁ କେବଳ ଭଲ ପାଇବା ଦରକାର ।


କିଛି ଲୋକ ତ ଏଭଳି ମଧ୍ୟ ରିପ୍ଲାଇ କରିଛନ୍ତି ଯେ କିପରି ଆଡପ୍ଟ କରିବେ । ଏଠାରେ ଆମେ ଜଣାଇ ରଖୁଛୁ ଯେ ଆପଣ ଚିଠି ଲେଖିପାରିବେ , ଏପରିକି ଆପଣ ମେରଠ ଯାଇ ସେଠାରୁ ଆପଣ ଆଡପ୍ଟ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More