Only for Entertainment

ଖାଦ୍ୟରେ ଏହି ସମସ୍ତ ଖାଦ୍ୟ ପ୍ରତିଦିନ ସାମିଲ କଲେ ଷ୍ଟୋନ ହେବାର ସମ୍ଭାବନା ରହିଥାଏ ।

amarujala
32

ଖାଦ୍ୟ ଶରୀର ପାଇଁ ନିହାତି ଜରୁରୀ । ଯାହାକୁ କେବେ ମଧ୍ୟ ଛାଡ଼ି ରହିହେବ ନାହିଁ । କାରଣ ଏହା ବଂଚିବାର ଅନ୍ୟ ନାମ । ତେବେ ଖାଦ୍ୟ ତ ଆବଶ୍ୟକ କିନ୍ତୁ ତାହା ମଧ୍ୟରେ ଏଭଳି କିଛି ଖାଦ୍ୟ ରହିଛି ପେଟରେ ପଥର ହେବା ସମସ୍ୟା ଠାରୁ ଦୂରେଇ ରଖିଥାଏ ।ଆସନ୍ତୁ ଆଲୋଚନା କରିବା ।

ଚା-
ପ୍ରତିଦିନ ଲୋକ ଚା ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତକି ଷ୍ଟୋନ ହେବା ପଛରେ ଏହାର ଏକ ମୁଖ୍ୟ ଭୂମିକା ରହିଥାଏ ।ଯଦି ଆପଣଙ୍କୁ ପୂର୍ବରୁ ପଥରର ସମସ୍ୟା ରହିଛି ତେବେ ଚା ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ଟମାଟୋ-
ପ୍ରତିଦିନ ଆପଣ ନିହାତି ଭାବରେ ସାଲାଡରେ ଟମାଟୋକୁ ସାମିଲ କରୁଥିବେ,କିନ୍ତୁ ଜାଣିରଖନ୍ତୁଯେ ଟମାଟୋରେ ଅକ୍ସିଲେଟ ରହିଥାଏ ।ଯାହା ଶରୀର ମଧ୍ୟକୁ ଯାଇ ପଥର ସୃଷ୍ଟି କରିଥାଏ ।

ଲୁଣ-
ଖାଦ୍ୟରେ ଲୁଣକୁ ଖୁବ କମ ବ୍ୟବହାର କରିବା ଉଚିତ ।ଏଥିରେ ଥିବା ସୋଡିୟମ ଶରୀର ମଧ୍ୟକୁ ଯାଇ କ୍ୟାଲସିୟମ ହୋଇଯାଏ । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ପଥର ହୋଇଯାଏ ।

ଆମିଷ-
ପ୍ରତିଦିନ ଆମିଷ ଖାଇବା ଦ୍ୱାରା ଅଧିକ ପ୍ରୋଟିନ ମିଳିଥାଏ ।ଏହା କିଡନୀରେ ପ୍ୟୁରିନର ମାତ୍ରା ବଢାଇଥାଏ । ଏହା ଦ୍ୱାରା ୟୁରିକ ଏସିଡ ବଢିବାକୁ ଲାଗେ ।ଯାହାପରେ ଷ୍ଟୋନ ହେବା ଆରମ୍ଭ ହୋଇଯାଏ ।

ବିଟ-
ଏହା ଶରୀର ପାଇଁ ତ ଖୁବ ଉପକାରୀ । କିନ୍ତୁ କୁହାଯାଏ ଆବଶ୍ୟକତା ଠାରୁ ଅଧିକ ହେବା ଖରାପ ।ଠିକ ସେହିଭଳି ଏହାକୁ ଅଧିକ ଖାଇବା ଦ୍ୱାରା ପଥର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More