Only for Entertainment

ଏସିଡିଟିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତ ? ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ

Luke Coutinho
0 61

ଅଧିକାଂଶ ଲୋକ ଏସିଡିଟି ସମସ୍ୟାରେ ଚିନ୍ତିତ । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଫଳରେ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ଲୋକେ ଭିନ୍ନ ଭିନ୍ନ ଔଷଧର ସେବନ କରିଥାନ୍ତି । ଏନେକ ସମୟରେ ଔଷଧ ଗୁଡିକର ଅଧିକ ସେବନ ସ୍ୱାସ୍ଥ ପାଇଁ ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଏସିଡିଟିରୁ ମୁକ୍ତି ପାଇବା ପାଇଁ କେଉଁ ଖାଦ୍ୟ ପଦାର୍ଥର ସେବନ କରିବା ଦରକାର ।

ତରଭୂଜ
ତରଭୂଜରେ ପ୍ରର୍ଯ୍ୟପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ, ଫାଇବର ଭରି ରହିଥାଏ । ତରଭୂଜ ଖାଇବା ଦ୍ୱାରା ପେଟ ହ୍ରାଇଡେଟ ରହିଥାଏ । ଏହା ପିଏଚ ସ୍ତରକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଫଳରେ ଏସିଡିଟିର ସମସ୍ୟା କମ ହୋଇଥାଏ ।

ନଡିଆ ପାଣି
ନଡିଆ ପାଣି ଶରୀର ପାଇଁ ଖୁବ ଉପକାରୀ । ଏହା ଶରୀରକୁ ଆବଶ୍ୟକୀୟ ତତ୍ୱ ଏବଁ ଶରୀରକୁ ଫୁର୍ତ୍ତି ଯୋଗାଇଥାଏ । ନଡିଆ ପାଣି ଶରୀରରୁ ଟକ୍ସିନ୍ସ ବାହାର କରିଦେଇଥାଏ । ଏହା ଦ୍ୱାରା ଏସିଡିଟିର ସମସ୍ୟା ଦୂର ହୋଇଥାଏ ।

କଦଳୀ
କଦଳୀରେ ଆଣ୍ଟି ଅକ୍ସିଡେଣ୍ଟସ ଏବଂ ପୋଟାଶିୟମ ଭରପୁର ମାତ୍ରାରେ ରହିଥାଏ । କଦଳୀ ଏସିଡ ରିଫ୍ଲେକ୍ସକୁ କମ କରିଥାଏ । ଏହା ସହିତ କଦଳୀରେ ଫାଇବର ପ୍ରର୍ଯ୍ୟାପ୍ତ ପରିମାଣରେ ମିଳିଥାଏ ଫଳରେ ଏସିଡିଟିରୁ ମୂୁକ୍ତି ମିଳିଥାଏ ।

କାକୁଡି
କାକୁଡିରେ ପାଣିର ମାତ୍ରା ଅଧିକ ଥାଏ ଯାହା ଶରୀରକୁ ହାଇଡ୍ରେଟ ରଖିଥାଏ । ଏହା ସହିତ କାକୁଡି ଶରୀରରେ ଅନେକ ତତ୍ୱର ପରିମାଣକୁ ପୂରା କରିଥାଏ । ଏହା ଏସିଡିଟିରୁ ମଧ୍ୟ ମୁକ୍ତି ଦେଇଥାଏ ।

ଥଣ୍ଡା କ୍ଷୀର
କ୍ଷୀର ଶରୀର ଏବଂ ହାଡ ପାଇଁ ଖୁବ ଉପଯୋଗୀ । ସେହିପରି ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏସିଡିଟିରୁ ମୁକ୍ତି ମିଳିଥାଏ । ଏହାର ପେଟର ଜଳାପୋଡାକୁ କମ କରିବାରେ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More