Only for Entertainment

ଚେହେରାର ଜିଦିଆ କଳା ରଙ୍ଗକୁ ଏହିଭଳି ଦୂର କରନ୍ତୁ ।

naukrinama.com
34

ସୁନ୍ଦର ଏବଂ ବିନା ଦାଗ ଥିବା ତ୍ୱଚା କାହାକୁ ପସନ୍ଦ ନୁହେଁ । ସେଥିପାଇଁ ସମସ୍ତେ ବିଭିନ୍ନ ପ୍ରୟାସ କରନ୍ତି । ବିଶେଷ କରି ବଜାରରୁ ଜିନିଷ କିଣି ଆଣି ଲଗାଇବା ହେଉଛି ସମସ୍ତଙ୍କର ଏକ ନିତିଦିନିଆ ଅଭ୍ୟାସ । କିନ୍ତୁ ଏହା ଯେ ଆମ ତ୍ୱଚା ଉପରେ ପରୋକ୍ଷ ଭାବରେ କେତେ କୁପ୍ରଭାବ ପକାଇଥାଏ ଏହାର ନଜର ଅନ୍ଦାଜ ସମସ୍ତେ କରନ୍ତି । ତେବେ ଏହା ପରିବର୍ତ୍ତେ କିଛି ଘରୋଇ ଉପାୟ ମଧ୍ୟ ଆପଣ କରିପାରିବେ, ଯାହା ଦ୍ୱାରା ତ୍ୱଚା ସୁନ୍ଦର ଦେଖାଯିବ ଏବଂ କୌଣସି କ୍ଷତି ମଧ୍ୟ ପହଂଚିବ ନାହିଁ ।

କଟନ ପ୍ୟାଡ ଦ୍ୱାରା ମୁହଁର କଳା ଦାଗ ଥିବା ଅଂଶରେ ଲେମ୍ବୁ ରସ ଲଗାନ୍ତୁ । ଏହା ଶୁଖିଯିବା ପର୍ଯ୍ୟନ୍ତ ତ୍ୱଚାରେ ଛାଡ଼ି ଦିଅନ୍ତୁ । ଏହାପରେ ସାମାନ୍ୟ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହା ଏକ ପ୍ରାକୃତିକ ବ୍ଲିଚ । ଦାଗକୁ ହଟାଇବାରେ ଏହା ଖୁବ ସହାୟକ ହୋଇଥାଏ ।

ଏକ ଟି ସ୍ପୁନ ପିଆଜ ରସରେ କିଛି ବୁନ୍ଦା ମହୁ ମିଶାନ୍ତୁ । ଉଜ୍ୱଳ ତ୍ୱଚା ପାଇଁ ଏହା ଖୁବ ଲାଭକାରୀ ।

୧ ଚାମଚ ହଳଦୀରେ ୧ ଚାମଚ ମହୁ ଏବଂ ଲେମ୍ବୁ ରସ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ ଚେହେରାରେ ଲଗାଇ ୧ ଘଂଟା ପାଇଁ ଛାଡ଼ି ଦିଅନ୍ତୁ । ୧ ଘଂଟା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । କଳା ଦାଗ ଆଦି ସମସ୍ୟା ଦୂର ହୋଇଯିବ ।

ମେଥି ପତ୍ରକୁ ବାଟି ଚେହେରାରେ ଲଗାନ୍ତୁ । ଏହା ଦ୍ୱାରା କଳାଦାଗ ଦୂର ହୋଇଯିବ ।

ଦହି ଏକ ପ୍ରାକୃତିକ ଚମକ ବଢାଉଥିବା ଜିନିଷ । ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା କଳା ଦାଗ ସହଜରେ ଦୂର ହୋଇଯାଏ ।

କାକୁଡ଼ି ଏବଂ ଲେମ୍ବୁ ରସକୁ ଚେହେରାରେ ୧୦ରୁ ୧୫ ମିନିଟ ପାଇଁ ଲଗାଇ ଛାଡ଼ି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More