Only for Entertainment

ଏହି ତିନି ରାଶିର ପୁରୁଷ ସବୁବେଳେ ପତ୍ନୀ ସହିତ କରିଥାନ୍ତି ଝଗଡ଼ା

hindustan times
0 1,062

ଝଗଡ଼ା ତ ସମସ୍ତଙ୍କ ମଧ୍ୟରେ ହୋଇଥାଏ । ଭାଇ ଓ ଭଉଣୀ ମଧ୍ୟରେ,ବନ୍ଧୁ ମାନଙ୍କ ମଧ୍ୟରେ ଏବଂ ପରିବାର ମଧ୍ୟରେ । କିନ୍ତୁ ପ୍ରେମିକ ଓ ପ୍ରେମିକା ଏବଂ ପତି ଓ ପତ୍ନୀ ମଧ୍ୟରେ ହେଉଥିବା ଝଗଡ଼ା ସବୁଠାରୁ ନିଆରା । ଏହା ଦ୍ୱାରା ସଂପର୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । କେବେ କେବେ ସଂପର୍କରେ ବାଡ଼ ପଡ଼ିଯିବାର ସମ୍ଭାବନା ମଧ୍ୟ ରହିଥାଏ । କିନ୍ତୁ ଏଭଳି କିଛି ରାଶି ରହିଛି ଯେଉଁ ରାଶିର ପୁରୁଷମାନେ ସବୁବେଳେ ତାଙ୍କ ପତ୍ନୀ ସହିତ ଝଗଡ଼ା କରନ୍ତି । ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।

ବୃଷ ରାଶି- ଏହି ରାଶିର ପୁରୁଷ ମାନେ ଖୁବ ଶାନ୍ତ ସ୍ୱଭାବର ହୋଇଥାନ୍ତି । କିନ୍ତୁ ବିବାହ ପରେ ଏମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଯାଏ । ଖୁବ ଶୀଘ୍ର ଏମାନଙ୍କର ଖରାପ ଗୁଣ ସାମ୍ନାକୁ ଆସିଥାଏ । ଏମାନେ ପତ୍ନୀକୁ ଧୋକା ଦିଅନ୍ତି ନାହିଁ କିନ୍ତୁ ପ୍ରତି ଛୋଟ ଛୋଟ କଥାରେ ଝଗଡ଼ା କରିଥାନ୍ତି ।

କନ୍ୟା ରାଶି- ଏହି ରାଶିର ପୁରୁଷମାନେ ସବୁବେଳେ ନିଜ ପତ୍ନୀ ଉପରେ ପତିତ୍ୱ ଜାହିର କରନ୍ତି । ସବୁବେଳେ ପତ୍ନୀକୁ ଦବାଇ ରଖିବାକୁ ଚାହାଁନ୍ତି,ଅର୍ଥାତ ଏମାନେ ଖୁବ ପ୍ରଭୃତ୍ୱ ଦେଖାଇଥାନ୍ତି । ତେଣୁ ଏମାନଙ୍କ ମଧ୍ୟରେ ସବୁବେଳେ ଛୋଟ ଛୋଟ କଥାରେ ମନମାଳୀନ ହେବା ସହିତ ଝଗଡ଼ା ମଧ୍ୟ ହୋଇଥାଏ ।

ମୀନ ରାଶି- ଏହି ରାଶିର ଲୋକମାନେ ବିବାହ ପରେ ସବୁବେଳେ ପତ୍ନୀର ଛୋଟ ଛୋଟ ଭୁଲ ବାହାର କରି ଦୋଷ ଦେଇଥାନ୍ତି । ଏହା ସହିତ ଏମାନଙ୍କର ପତ୍ନୀ ପ୍ରତି ଅସୁରକ୍ଷା ଭାବ ମଧ୍ୟ ରହିଥାଏ । ଯେଉଁ କାରଣରୁ ଝଗଡ଼ା ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More