Only for Entertainment

ବିଦେଶରେ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି ଏହି ଭାରତୀୟ ।

0 47

ବିଦେଶରେ ଆମ ଦେଶର ନାଁକୁ ଶ୍ରେଷ୍ଠତ୍ଵ ରେ ରଖିଛନ୍ତି ଏହି ଦଶଜଣ ଭାରତୀୟ। ଆସନ୍ତୁ ଜାଣିବା ଏମିତି କିଛି ସିଇଓଙ୍କ ବିଷୟରେ ଯେଉଁମାନେ ବିଦେଶକୁ ଯାଇ ନିଜ ଦେଶ ପାଇଁ ଆଣିଛନ୍ତି ଗର୍ବ ଗୌରବ ।

୧. ଇନ୍ଦିରା ନୂଇ – ୧୨ ବର୍ଷ ପର୍ଯ୍ୟନ୍ତ ପେପ୍ସିକୋର କାର୍ଯ୍ୟ ସମ୍ଭାଳି ସାରିବା ପରେ ଇନ୍ଦିରା ନୂଇ ଏବେ ଆମେରିକାର ଫୁଡ ଓ ବେୱରେଜେସ କମ୍ପାନୀ ପେପ୍ସିକୋର ସିଇଓ ପଦ ଛାଡିବାକୁ ଯାଉଛନ୍ତି । ପେପ୍ସିକୋର ସିଇଓ ଇନ୍ଦିରା ନୂଇ ବିଜନେସ ଆଇକନ ହୋଇସାରିଲେଣି ଏବଂ ଅନେକ ଲୋକମାନଙ୍କ ପାଇଁ ସେ ଜଣେ ଉଦାହରଣ । ୨୦୧୪ ମସିହାରେ ତାଙ୍କୁ ଫର୍ଚ୍ୟୁନ, ବାଣିଜ୍ୟ କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳି ମହିଳା ଭାବେ ମାନତ୍ୟା ଦେଇଥିଲା । ସାରା ଦୁନିଆରେ ବଡ ବଡ କମ୍ପାନୀ ମାନଙ୍କରେ ଭାରତୀୟ ସିଇଓ ପଦବୀରେ ଅଛନ୍ତି ଏବଂ ନିଜର ଦାୟିତ୍ୱ ମଧ୍ୟ ସମ୍ଭାଳୁ ଛନ୍ତି ।

୨.ସୁନ୍ଦର ପିଚାଇ – ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କ ନାମ ଏବେ ସସସ୍ତଙ୍କୁ ଜଣା । ୪୩ ବର୍ଷର ସୁନ୍ଦର ପିଚାଇଙ୍କ ଜନ୍ମ ସ୍ଥାନ ହେଉଛି ତାମିଲ ନାଡୁର ଚେନ୍ନାଇ ଠାରେ । ସୁନ୍ଦର ପିଚାଇ ଗୁଗୁଲ ସର୍ଚ୍ଚ ଇଞ୍ଜିନ , ୟୁଟ୍ୟୁବ ଓ ଆଣ୍ଡ୍ରଏଡ ସିଷ୍ଟମ ଭଳି ପ୍ରୋଜେକ୍ଟକୁ ଲିଡ କରୁଛନ୍ତି । ସେ ଆଇ.ଆଇ.ଟି ଖଡଗପୁରରେ ବି.ଟେକ ପଢିଛନ୍ତି । ଏହା ପରେ ଅନେକ ବଡ ବଡ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେ ଡିଗ୍ରି ହାସଲ କରିଛନ୍ତି । ପିଚାଇ ଗୁଗୁଲରେ କାମ କରିବା ପୂର୍ବରୁ ଇଂଜିନିୟର ପୋଷ୍ଟରେ କାମ କରିଛନ୍ତି ।

୩.ସତ୍ୟ ନଡେଲା – ଭାରତୀୟମାନଙ୍କ ଲିଷ୍ଟରେ ବାଣିଜ୍ୟ ଦୁନିଆରେ ସଫଳତାର ଶିର୍ଷରେ ଅଛନ୍ତି ମାଇକ୍ରୋସଫ୍ଟ ସି.ଇ.ଓ ସତ୍ୟ ନଡେଲା । ୧୯୯୨ ମସିହାରେ ମାଇକ୍ରୋସଫ୍ଟ ଜଏନ କରିବା ପରେ ନଡେଲା ଜଣେ ଜଣାଶୁଣା ବ୍ୟକ୍ତି ଭାବେ ପରିଚିତ ହୋଇସାରିଥିଲେ । ନଡେଲାଙ୍କ ଜନ୍ମ ସ୍ଥାନ ହାଇଦ୍ରାବାଦ । ସେ ମଣିପୁର ସ୍ଥିତ ଇଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବ୍ୟାଚଲର ଡିଗ୍ରି ହାସଲ କରିଛନ୍ତି । ଏହା ପରେ ଚିକାଗୋରେ ସେ ତାଙ୍କର ଏମ.ବି. ଏ କୋର୍ସ ଶେଷ କରିଥିଲେ । ଏହା ପୂର୍ବରୁ ସେ ମାଇକ୍ରୋସିଷ୍ଟମରେ ଟେକ୍ନୋଲୋଜି ଷ୍ଟାଫର ସଦସ୍ୟ ରହି ସାରିଛନ୍ତି ।

୪. ନିକେଶ ଆରୋରା – ନିକେଶ ଆରୋରା ଉତ୍ତର ପ୍ରଦେଶର ଗାଜିଆବାଦରେ ଜନ୍ମ ଗ୍ରଦଣ କରିଥିଲେ । ବର୍ତ୍ଥମାନ ସେ ଅଲ୍ଟୋ ନେଟତ୍ସାର୍କର ସି.ଇ.ଓ ହୋଇଛନ୍ତି । ଟେକ୍ନୋଲୋଜି ଦୁନିଆର ସବୁଠାରୁ ଅଧିକ ଦରମା ପାଉଥିବା ସି.ଇ.ଓ ହେଉଛନ୍ତି ନିକେଶ ଆରୋରା । ସେ ଗୁୁଗୁଲର ହାଇପ୍ରୋଫାଇଲ କର୍ମଚାରୀ ରହିସାରିଛନ୍ତି ।

୫. ଶାନ୍ତନୁ ନାରାୟଣ – ସାନ୍ତନୁ ନାରାୟଣ ହାଇଦ୍ରାବାଦର ତେଲେଙ୍ଗାନା ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଓସମାନିଆ ୟୁନିଭରସିଟିରେ ଇଲେଟ୍ରୋନିକ୍ସ ଇଞ୍ଜିନିୟରରେ ସ୍ନାତକ ହାସଲ କରିଛନ୍ତି । ଏହା ସହିତ ୟୁନିଭରସିଟି ଅଫ କାର୍ଲିଫନିଆ ଓ ବର୍କଲରୁ ଏମ.ବି.ଏ ଡିଗ୍ରି ହାସଲ କରିଛନ୍ତି । ୟୁନିଭରସିଟି ଅଫ କାର୍ଲିଫନିଆ ଓ ବର୍କଲରୁ ଏମ.ବି.ଏ ଡିଗ୍ରି ହାସଲ କରିବା ପରେ ବୋଲିଙ୍ଗ ଗ୍ରୀନ ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରି ମଧ୍ୟ କରିଛନ୍ତି । ଆଡୋବ ଜଏନ କରିବାର ୯ ବର୍ଷ ପରେ ୨୦୦୭ ମସିହାରେ ସାନ୍ତନୁଙ୍କୁ କମ୍ପାନୀର ସି.ଇ.ଓ କରାଯାଇଥିଲା । ୨୦୧୬ ମସିହାରେ ବୈ÷ରନ ମାଗାଜିନରେ ତାଙ୍କୁ ଦୁନିଆର ସବୁଠାରୁ ବେଷ୍ଟ ସି.ଇ.ଓ ଭାବେ ବିବେଚିତ କରାଯାଇଥିଲା ।

୬ . ଅଜୟ ବାଙ୍ଗା – ମାଷ୍ଟର କାର୍ଡ ନେସ୍ଲେ ଓ ପେପ୍ସିକୋରେ କାମ କରିବା ପରେ ଅଜୟ ବାଙ୍ଗା ୨୦୧୦ ମସିହାରେ କ୍ରେଡିଟ କାର୍ଡ କମ୍ପାନୀର ସି.ଇ.ଓ ରହିଥିଲେ । ସେ ନିଜ କ୍ୟାରିୟର ୧୯୮୧ ମସିହାରେ ଆରମ୍ଭ କରିଥିଲେ ।
୭. ଜର୍ଜ କୁରିୟନ – ଜର୍ଜ କୁରିୟନ କେରଳର କୋଟ୍ଟୟମ ଜିଲ୍ଲାରେ ଜନ୍ମ ହୋଇଥିଲେ । ଏବେ ସେ ନେଟଆପ କମ୍ପାନୀର ସି.ଇ.ଓ ଅଛନ୍ତି । ସେ ଆଇ. ଆଇ. ଟି ମାଡ୍ରସରେ ଇଂଜିନିୟରିଙ୍ଗ କରିଛନ୍ତି ।

୮. ସଞ୍ଜୟ ମେହରୋତ୍ରା – ସଞ୍ଜୟ ମେହରୋତ୍ରା ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଜନ୍ମ ହୋଇଥିଲେ । ବର୍ତ୍ତମାନ ସେ ମାଇକ୍ରୋନ ଟେକ୍ନୋଲୋଜିର ସି.ଇ.ଓ ଅଛନ୍ତି । ସେ ଇଲେଟ୍ରୋନିକ୍ସ ଇଞ୍ଜିନିୟରରେ ସ୍ନାତକ ହାସଲ କରିଛନ୍ତି । ସେ ସୈ÷ନଡିକ୍ସର କୋଫାଉଣ୍ଡର ମଧ୍ୟ ରହିଆସିଛନ୍ତି ।

୯ . ରାଜୀବ ସୁରୀ – ରାଜୀବ ସୁରୀଙ୍କ ଜନ୍ମ ସ୍ଥାନ ହେଉଛି ଦିଲ୍ଲୀ । ଯେତେବେଳେ ମାଇକ୍ରୋସଫ୍ଟ ନୋକିଆ ମୋବାଇଲର ବିଜନେଓ ଆରମ୍ଭ କରିଥିଲା ସେହି ସମୟରେ ନୋକିଆର ସି.ଇ.ଓ ହୋଇଥିଲେ ରାଜୀବ ସୁରୀ । ସେ ମନିପାଲ ଇଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି କଲେଜରୁ ଇଲେଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେ.କ ଡିଗ୍ରି ହାସଲ କରିଛନ୍ତି । ନୋକିଆ ଜଏନ କରିବା ପୂର୍ବରୁ ସେ ଅନେକ ଗୁଡିଏ ମଲ୍ଟି ନ୍ୟାସନାଲ କମ୍ପାନୀ ମାନଙ୍କରେ କାମ କରିସାରିଥିଲେ ।

୧୦. ଫ୍ରେନ୍ସିକୋ ଡିସୋଜା – ଫ୍ରେନ୍ସିକୋଙ୍କ ଜନ୍ମ କେନ୍ୟାର ଗୌରବୀ ନାମକ ସ୍ଥାନରେ ହୋଇଥିଲା । ବର୍ତ୍ତମାନ ସେ କୋଗ୍ନିଜାଣ୍ଟର ସି.ଇ.ଓ ଅଛନ୍ତି । ଡିସୋଜା ୟୁନିଭରସିଟି ଅଫ ଇଷ୍ଟ ଏସିଆରୁ ବିଜନେସ ଆଡମିନିଷ୍ଟ୍ରେସନ ସବଜେକ୍ଟରେ ଡିଗ୍ରି ହାସଲ କରିଛନ୍ତି ପିଟ୍ସବର୍ଗରୁ ଏମ.ବି.ଏ ଡିଗ୍ରି ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More