Only for Entertainment

ମଧୁମେହ ସହିତ ଅନେକ ରୋଗ ଦୂର କରିଥାଏ ଏହି ଗଛ !

im-insured
0 75

ସାଧାରଣତଃ ଡାକ୍ତର ମଧୁମେହ ରୋଗୀଙ୍କୁ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଓ ଖାଦ୍ୟ ପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଘରର ବଗିଚାରେ ମିଳୁଥିବା କିଛି ଗଛ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇ ପାରିବ । ଆସନ୍ତୁ ଜାଣିବା ଏମିତି କିଛି ଗଛ ବିଷୟରେ ….

ଧନିଆ-

ସାଧାରଣତଃ ତରକାରିର ସ୍ୱାଦ ଓ ସୁଗନ୍ଧ ବଢାଇବା ପାଇଁ ଧନିଆ ପତ୍ରକୁ ବ୍ୟବହାର କରାଯାଇଥାଏ । ଧନିଆ ପତ୍ର କ୍ଲାନ୍ତ ଦୂର କରିବା ସହିତ ଏଥିରେ ଭିଟାମିନ ଏ ମଧ୍ୟ ଭରପୁର ମାତ୍ରାରେ ମିଳିଥାଏ । ଏହା ସହିତ ଧନିଆ ପତ୍ର ମଧୁମେହ ରୋଗୀଙ୍କ ପାଇଁ ଲାଭ ଦାୟକ ହୋଇଥାଏ । ଏହାକୁ ନିୟମିତ ଖାଇବା ଫଳରେ ରକ୍ତରେ ଇନସୁଲିନର ମାତ୍ରା ନିୟନ୍ତ୍ରଣରେ ରହିଥାଏ । ଏହା ବ୍ୟତୀତ ଶରୀରରେ ବ୍ୟାଡ କୋଲେଷ୍ଟ୍ରୋଲର ମାତ୍ରା କମାଇ ଭଲ କୋଲେଷ୍ଟ୍ରୋଲର ମାତ୍ରାକୁ ବଢାଇଥାଏ ।

ଭୃସଙ୍ଗ ପତ୍ର-

ରୋଷେଇ ଘରେ ତଡକା ଲଗାଇବା ପାଇଁ ହେଉ କିମ୍ବା କେଶକୁ ସୁନ୍ଦର କରିବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର ସବୁ ସ୍ଥାନରେ କରାଯାଇଥାଏ । ଏହା ସହିତ ଭୃସଙ୍ଗ ପତ୍ର ମଧୁମେହ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀ ଭୃସଙ୍ଗ ପତ୍ର ଖାଇବା ଅତ୍ୟନ୍ତ ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More