Only for Entertainment

ବଗିଚାରେ ଲଗାନ୍ତୁ ଏହି ସବୁ ଔଷଧୀୟ ଗଛ, ମିଳିବ ଅନେକ ପାଇଦା ।

p.avijatrik
0 39

ଆମର ସାମାନ୍ୟତମ ଦେହ ଅସୁସ୍ଥ ହେଲେ ଆମେ ତତକ୍ଷଣାତ ଡାକ୍ତରଖାନା ଯିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏମିତି ଅନେକ ଔଷଧୀୟ ଗଛ ଆମ ଚାରିପାଖରେ ଥାଇ ମଧ୍ୟ ଆମେ ତାହାକୁ ଚିହ୍ନି ପାରନ୍ତି ନାହିଁ। ଆଜି ସେମିତି କିଛି ଗଛ ସଂପର୍କରେ ଆଲୋଚନା କରବା, ଯେଉଁଗୁଡ଼ିକ ବେଶ୍‌ ଆବଶ୍ୟକୀୟ ଏବଂ ଆମ ଅହାତ ପାହାନ୍ତାରେ ମିଳିଥାଏ।

  • ଯଦି ଆପଣ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ତେବେ ଗଙ୍ଗଶିଉଳୀ ଗଛର ପତ୍ର ଆପଣଙ୍କ ସକାଶେ ଖୁବ୍‌ ଲାଭପ୍ରଦ। ଦୈନିକ ସକାଳୁ ଦୁଇ ଚାରୋଟି ଗଙ୍ଗଶିଉଳୀ ପତ୍ର ନେଇ ବାଟି କରି ପିଅନ୍ତୁ। ଆପଣ ଅପେକ୍ଷାକୃତ ସୁସ୍ଥ ରହିବେ।
  •  ମଞ୍ଜୁଆତି ଗଛର ପତ୍ର ମଧ୍ୟ ଖୁବ୍‌ ଉପକାରୀ। ଯଦି ଆପଣଙ୍କର କେଶ ଝଡ଼ିବା ସମସ୍ୟା ରହିଛି ତେବେ ଏହି ପତ୍ରକୁ ବାଟି କରି ମୁଣ୍ଡରେ ଲଗାନ୍ତୁ। ଦେଖିବେ କେଶ ଝଡ଼ିବା ସମସ୍ୟା କମ୍‌ ଅନୁଭୂତ ହେବ।
  • ଏହା ବ୍ୟତୀତ ଭ୍ରୁଷଙ୍ଗ ଓ ଧନିଆ ଗଛର ପତ୍ର ବି ଖୁବ୍‌ ଭଲ ଦେହ ପାଇଁ। ଏହି ଦୁଇଟି ଯାକ ପତ୍ର ପେଟ ସମସ୍ୟା ଦୂର କରିଥାନ୍ତି। ଡାଲିରେ ପକାଇ ଛୁଙ୍କ ମାରନ୍ତୁ କିମ୍ବା କଞ୍ଚା ଖାଆନ୍ତୁ ଏହାକୁ ଖାଇଲେ ହଜମ ଜବରଦସ୍ତ ହୋଇଥାଏ।
  • ପିଆଜ ପତ୍ର ବି ଆପଣଙ୍କ ପାଇଁ ଖୁବ୍‌ ଲାଭଦାୟକ। ଏହାକୁ ଲୋକେ ପିଆଜ ଷଣ୍ଢା ନାମରେ ଜାଣନ୍ତି। ଏହାକୁ ଖାଇଲେ ଥଣ୍ଡା, ଶ୍ୱାସ, କଫ ସମସ୍ୟା ଦୂର ହୋଇଥାଏ।
  • ଲିମ୍ବ ଗଛ ଯଦି ବାଡ଼ିରେ ଅଛି ଆପଣଙ୍କର ଆଉ ଚର୍ମ ରୋଗ ହେବ ନାହିଁ। ଲିମ୍ବ ପତ୍ରରୁ ଦୈନିକ ୭, ୮ଟି ବାଟି କରି କିମ୍ବା ସିଝାଇ କରି ତାହାର ପାଣି ପିଅନ୍ତୁ। ଚର୍ମ ରୋଗ ସଂପୂର୍ଣ୍ଣ ଭଲ ହୋଇଯିବ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More