Only for Entertainment

ନିର୍ବନ୍ଧଠାରୁ ବିବାହ ମଧ୍ୟରେ ଥିବା ସମୟ ବ୍ୟବଧାନରେ କରନ୍ତୁ ନାହିଁ ଏହି ସବୁ କାମ !

everyday health
0 56

ଏନଗେଜ୍ମେଣ୍ଟ୍ ବା ନିର୍ବନ୍ଧ ଓ ବିବାହ ଭିତରେ ଥିବା ସମୟ ପ୍ରତ୍ୟେକ ବର-କନ୍ୟାଙ୍କ ପାଇଁ ସ୍ୱତନ୍ତ୍ର,ଏହାକୁ ସୁବର୍ଣ୍ଣ ସମୟ ବୋଲି କୁହାଯାଏ। ଯଦି ପ୍ରସ୍ତାବିତ ବିବାହ ହୋଇଥାଏ,ତେବେ ଏହି ସମୟ ଭିତରେ ବର ଓ କନ୍ୟାଙ୍କ ପରସ୍ପରକୁ ଜାଣିବାକୁ ବେଶି ଆଗ୍ରହୀ ହୋଇଥା’ନ୍ତି।କିନ୍ତୁ ଏହି ସମୟରେ ଏ ଦୁହେଁ ଏଭଳି କିଛି ତ୍ରୁଟି କରି ଥାଆନ୍ତି, ଯାହା ପରେ ପାରସ୍ପରିକ ସଂପର୍କମଧ୍ୟରେ ଫାଟ ସୃଷ୍ଟି କରିବାରେ ସହାୟକ ହୋଇଥାଏ।କିନ୍ତୁ ମନେ ରଖିବା ଉଚିତ ଯେ,ଏସବୁ କଥା ଉପରେ ଧ୍ୟାନ ଦେବା ଦରକାର।

ଏନଗେଜ୍ମେଣ୍ଟ୍ ପରେ ଭାବୀ ସ୍ୱାମୀ- ଓ ଭାବୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ପରଖିବା ଲାଗି ପରସ୍ପର ସହ ଫୋନରେ କଥା ହୋଇଥା’ନ୍ତି , ଆବଶ୍ୟକସ୍ଥଳେ ପରିବାରର ସମ୍ମତି ନେଇ ମିଳାମିଶା ବି କରନ୍ତି। କିନ୍ତୁ ଏହି ସମୟରେ କେବେ ହେଲେ ନିଜ ବିଷୟରେ ଅଯଥା ଲୋକ ଦେଖାଣିଆ ବଡ଼ିମା କରନ୍ତୁ ନାହିଁ,କେବେ ବି ମିଥ୍ୟା ତଥ୍ୟ ଦିଅନ୍ତୁ ନାହିଁ, କାରଣ ବିବାହ ପରେ ଯେତେବେଳେ ଅସଲ କଥା ସାମ୍ନାକୁ ଆସିବ,ସେତେବେଳେ ମନ ଖରାପ ହେବ ଓ ସନ୍ଦେହ ମଧ୍ୟ ଉପୁଜିବାର ଆଶଙ୍କା ରହିଛି।

ବିବାହ ପୂର୍ବରୁ ପରସ୍ପରର ସ୍ୱଭାବ, ପସନ୍ଦ, ନାପସନ୍ଦ ଜାଣିବା ଉଚିତ,ହେଲେ ପାର୍ଟନରଙ୍କୁ ନିଜର ଦୁର୍ବଳତା ସଂପର୍କରେ କେବେ ବି କିଛି ସୂଚନା ଦିଅନ୍ତୁ ନାହିଁ। ଏଥିରୁ ନିଜକୁ ରକ୍ଷା କରିବା ଉଚିତ। କାରଣ ବେଳେବେଳେ ଦୁର୍ବଳ ହୋଇ ଦୁହେଁ ଶାରୀରିକ ସଂପର୍କରେ ବି ଲିପ୍ତ ହୋଇ ପାରନ୍ତି।ଏଣୁ ଏଭଳି ପଦକ୍ଷେପ ନେବା ଆଗରୁ ଚିନ୍ତା କରିବା ଏକାନ୍ତ ଆବଶ୍ୟକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More