Only for Entertainment

ସ୍ମୃତିଶକ୍ତି ବଢାଇବା ପାଇଁ ଆପଣାନ୍ତୁ ଏହି ଉପାୟ

CAREERADVICE4U
0 43

କର୍ମମୟ ଜୀବନରେ ଆଜି ମଣିଷ ଚିନ୍ତାଗ୍ରସ୍ତ ହୋଇ ପଡୁଥିବାରୁ ବୟସ୍କ ବ୍ୟକ୍ତିଙ୍କ ସୃତିଶକ୍ତି ହ୍ରାସ ହେବାରେ ଲାଗିଛି । ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆସନ୍ତୁ ଜାଣିବା ୬ଟି ବିଶେଷ ଉପାୟ ।

  • ମେହେନ୍ଦି-
    ଯଦି ଆପଣଙ୍କ ସ୍ମୃତି ଶକ୍ତି କମ ଅଛି ତେବେ ଆପଣ ମୁଣ୍ଡରେ ମେହେନ୍ଦି ଲଗାନ୍ତୁ । ଏହା ଦ୍ୱାରା ସ୍ମୃତି ଶକ୍ତି ବଢିବ । ଆୟୁର୍ବେଦିକ ଅନୁସାରେ ମେହେନ୍ଦିରେ କରନୋସିକ ତତ୍ତ୍ୱ ମିଳିଥାଏ । ଯାହାଫଳରେ ବ୍ୟକ୍ତିଙ୍କ ମସ୍ତିଷ୍କର ମାଂସପେଶୀକୁ ଆକଟିଭ କରିଦିଏ ।
  • ଭ୍ରମଣ କରନ୍ତୁ-
    ସକାଳୁ ଉଠି ଭ୍ରମଣ କରନ୍ତୁ । ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ବ୍ୟତୀତ ଆପଣଙ୍କ ସ୍ମୃତିଶକ୍ତି ବଢିଯାଏ । ଯଦି ପାରୁଛନ୍ତି ୨/୩ ମିନିଟ ପ୍ରତିଦିନ ଖାଲିପାଦରେ ଚାଲନ୍ତୁ । କିନ୍ତୁ ଦୁବ ଘାସ ଉପରେ ଚାଲିବା ଉପକାରୀ ।
  • ଫଳ-
    ଫଳରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟସ୍ ଆପଣଙ୍କ ବ୍ରେନକୁ ଆକଟିଭ ରଖିବାରେ ସହାୟକ ହେବ ।
  • ଗ୍ରୀନ୍ ଟି-
    ଯଦି ଆପଣ ଚା’ କଫି ପିଉଛନ୍ତି ତେବେ ଗ୍ରୀନ ଟି ଅଧିକ ପିଅନ୍ତୁ । ଏହା ସ୍ମୃତି ଶକ୍ତି ବୃଦ୍ଧି କରିଥାଏ ।
  • ଅଖରୋଟ-
    ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଥିଲେ ଅଖରୋଟ ଖାଆନ୍ତୁ । ଅଖରୋଟରେ ପ୍ରଚୁୂର ପରିମାଣରେ ଭିଟାମିନ ଏ’ ଓ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ବି ଭରପୂର ମାତ୍ରାରେ ରହିଛି । ଏହା ଆପଣଙ୍କ ସ୍ମୃତି ଶକ୍ତି ବଢାଇବାରେ ଲାଭଦାୟକ ହେବ ।
  • ଚେରି-
    ଚେରି ଖାଆନ୍ତୁ । ଏହା ସ୍ମୃତିଶକ୍ତିକୁ ପ୍ରଖର କରିଦେବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More