Only for Entertainment

ଏହି ଅଭିନେତ୍ରୀ ଭାଇକୁ ଲେଦର ବଲରେ ମାରି କରି ଦେଇଥିଲେ ବେହୋସ ।

youtube
0 35

ନିକଟରେ ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜର ଏକ ଏପିସୋଡ଼ ସୁଟିଂ ହୋଇଛି । ଏହି ମଧ୍ୟରେ ହୁମା କରୈସି ଖୁସିରେ ଝୁମି ଯାଇଥିଲେ । ଖୁସି ହେବା ମଧ୍ୟ ସ୍ୱଭାବିକ । କାରଣ ଶୋ’ରେ ହଠାତ ତାଙ୍କ ଭାଇ ସାକିବ ସଲିମ ଆସି ପହଂଚି ଯାଇଥିଲେ । ସମସ୍ତ ଭାଇ ଭଉଣୀଙ୍କ ଭଳି ଏହି ଦୁଇ ଜଣ ମଧ୍ୟ ଖୁବ ମସ୍ତୀଭରା ଅନ୍ଦାଜରେ ନଜର ଆସିଲେ । ଦୁଇ ଜଣଙ୍କ ମଧ୍ୟରେ ଥିବା ମଧୁର ସଂପର୍କର କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଲା । ଏହି ରବିବାର ୨୬ ଅଗଷ୍ଟ ରାତି ୯ଟାରେ ଏହି ଶୋ ପ୍ରସାରିତ ହେବ । ତେବେ ତାହା ମଧ୍ୟରେ ହୁମା ତାଙ୍କ ଭାଇ ସହିତ ଜଡ଼ିତ ଏକ କଥା ସମସ୍ତଙ୍କ ସହିତ ସେୟାର କଲେ । ଯାହାକୁ ଖୁବ କୌତୁହଳପୂର୍ଣ୍ଣ ।

ସାକିବଙ୍କ କହିବା ଅନୁସାରେ ସେମାନେ ଭାଇ ଭଉଣୀ ହେବା ସହିତ ଦୁଇ ଜଣ ଭଲ ବନ୍ଧୁ ମଧ୍ୟ । ଥରେ ଦୁଇ ଜଣ କ୍ରିକେଟ ଖେଳୁଥିଲେ ଏବଂ ସାକିବ ଆଉଟ ହୋଇଗଲେ । ଏହି ମଧ୍ୟରେ ହୁମା ଲେଦର ବଲ୍କୁ ସାକିବଙ୍କୁ ମାରିଦେଲେ ଏବଂ ସାକିବ ବେହୋସ ହୋଇଗଲେ । କିନ୍ତୁ ହୁମାଙ୍କୁ ଏହାର ଚିନ୍ତା ନଥିଲା,କାରଣ ସେ ତ ଏହି କଥା ଭାବୁଥିଲେଯେ ଯଦି ସାକିବ ମରି ଯାଇଥିବ ତାହେଲେ ମୋତେ ଗାଳି ଶୁଣିବାକୁ ପଡ଼ିବ । ତେଣୁ ସେଠାରୁ ଯଥାଶୀଘ୍ର ଚାଲିଯିବାଟା ଭଲ ହେବ ବୋଲି ହୁମା ଭାବିଥିଲେ । ଏହିଭଳି କିଛି ଅଭୁଲା କଥା ଦୁଇ ଜଣଙ୍କ ଠାରୁ ଶୁଣିବାକୁ ପାଇବେ ଦର୍ଶକ । ତେବେ ସବୁଠାରୁ ମଜା କଥା ହେଉଛି ଶୋ ଚାର୍ମିଂ ବା ହୋଷ୍ଟ ଶାନ୍ତନୁ ହୁମାଙ୍କୁ ବିବାହ କରବା ପାଇଁ ପ୍ରପୋଜ ମଧ୍ୟ କରିଛନ୍ତି । ତେବେ ଏହା ଲୋକଙ୍କ ମନୋରଂଜନ ପାଇଁ ଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More