Only for Entertainment

ଜାଣନ୍ତୁ ଦୁନିଆର ଭିନ୍ନ ଚୋରଙ୍କ ବିଷୟରେ,ଯିଏ ମୂଲ୍ୟବାନ ଜିନିଷ ପରିବର୍ତ୍ତେ ଚୋରି କରିଛନ୍ତି କଙ୍କାଳ ।

punjab kesari
0 40

ଚୋରି ଓ ଡକାୟତି ବିଷୟରେ କେବେ କେବେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଆପଣ କେବେ ମଧ୍ୟ ଶୁଣିନଥିବେ । ଦକ୍ଷିଣ ଅଷ୍ଟ୍ରେଲିଆରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି,ଯାହା କୌଣସି ମୂଲ୍ୟବାନ ଜିନିଷ ନୁହେଁ ବରଂ ୩ ଜଣ ଭିନ୍ନ ଚୋର ଏକ କଙ୍କାଳ ଚୋରି କରି ବସ୍ରେ ନେଇ ଯାଉଥିଲେ । ଫେସବୁକରେ ଏହି ଭିଡ଼ିଓଟି ଦେଖାଯାଇଛି ଏବଂ ଏହି ଚୋରଙ୍କୁ ଧରାଇବା ପାଇଁ ପୋଲିସ ଅପିଲ କରିଥିଲେ । ତେବେ ଚୋରମାନେ ଯେଉଁଭଳି ଏହାକୁ ଚୋରି କରିଛନ୍ତି ତାହା ଦର୍ଶକଙ୍କ ପାଇଁ ଖୁବ ମଜାଦାର ହୋଇଛି ।

୩ ଜଣ ଚୋର ଏକ ଫାଇବର ଗ୍ଲାସରେ ତିଆରି ହୋଇଥିବା କଙ୍କାଳକୁ ମଲ ମଧ୍ୟରୁ ଚୋରି କରି ଖୁବ ସହଜରେ ନେଇ ଯାଇଛନ୍ତି । ତେବେ ଘଟଣାଟି ଗତ ନଭେମ୍ବର ମାସର କିନ୍ତୁ ପୋଲିସ ଏବେ ତାହାକୁ ଜାରି କରିଛନ୍ତି ।
ଈିଡ଼ିଓରେ ସ୍ପଷ୍ଟ ଦେଖାଯାଉଛିଯେ ଚୋରମାନେ କାଉନସିଲଙ୍କ ୱାର୍କର ଭାବରେ ଆସି ଏଲିଭେଟର ଦେଇ ଚାଲିଗଲେ । ସେଠାରୁ ବାହାରିବା ପରେ ୩ ଜଣ ବସରେ ଚାଲିଗଲେ । ତେବେ କଙ୍କାଳର ମୂଲ୍ୟ ୩୦୦ରୁ ୫୦୦ ଡଲାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More