Only for Entertainment

ପୁରୁଷଙ୍କ ଏଭଳି ବ୍ୟବହାର ମହିଳାଙ୍କ ମନରେ ଭରିଥାଏ ଉଦାସୀନତା ।

rd
0 55

ପତି ପତ୍ନୀଙ୍କ ସମ୍ପର୍କ ମଧ୍ୟରେ ଝଗଡା ନଲାଗିଲେ ସମ୍ପର୍କ ଅଧା ଅଧା ଲାଗିଥାଏ । ଦୁହେଁ ଯେତେବେଳେ ଏକାଠି ରୁହନ୍ତି ଏମାନଙ୍କ ମଧ୍ୟରେ ଛୋଟ ଛୋଟ କଳି ଅବଶ୍ୟମ୍ଭାବୀ । ମାତ୍ର ବେଳେ ବେଳେ ଆପଣଙ୍କ ମୁହଁରୁ ବାହାରି ଥିବା କଥା ଆପଣଙ୍କ ସାଥୀଙ୍କ ଉଦାସ ହେବାର କାରଣ ପାଲଟିଥାଏ । ଆପଣ ପରେ କ୍ଷମା ମାଗିଲେ ମଧ୍ୟ ଆପଣଙ୍କ ସାଥୀ ମନ ଭିତରେ ଥିବା ଉଦାସିନତା କେଉଁଠି ନା କେଉଁଠି ମନ ଭିତରେ ରହି ଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ତଥ୍ୟ ସମ୍ବନ୍ଧରେ ..

ଯେତେବେଳେ ମହିଳାମାନେ ବାହାରକୁ ଯିବା ଲାଗି ପ୍ରସ୍ତୁତ ହୋଇଥାଆନ୍ତି ସେହି ସମୟରେ ସେ ତାଙ୍କ ପାର୍ଟନର ମୁଖରୁ ପ୍ରଶଂସା ଶୁଣିବାକୁ ଆଶା କରିଥାଆନ୍ତି । ମାତ୍ର ବେଳେ ବେଳେ ପୁରୁଷମାନେ କଡା ସ୍ୱଭାବରେ କହିଦେଇ ଥାଆନ୍ତି ଯେ କିଛି ବି ପିନ୍ଧି ନିଅ କିମ୍ବା ତୁମ ଉପରେ ସବୁ ମାନୁଛି । ଏଭଳି ଶୁଣିବା ଦ୍ୱାରା ପୁରୁଷଙ୍କ ମନ ଦୁଃଖ ହୋଇ୍ଥାଏ ।କାରଣ ସେହି ସମୟରେ ମହିଳା ମାନେ ଆପଣଙ୍କ ଠାରୁ ପ୍ରଶଂସା ଚାହିଁ ଥାଆନ୍ତି ।

ମହିଳାଙ୍କୁ ସରପ୍ରାଇଜ ଦେବାକୁ ଏବଂ ନେବାକୁ ଭାରି ଭଲ ଲାଗେ । ଯଦି ସେ ଆପଣଙ୍କ ପାଇଁ କୌଣସି ସାର୍ଟ କିମ୍ବା ଘଡି ଆଣିଛନ୍ତି ଏବଂ ଆପଣଙ୍କୁ ଏହା ପସନ୍ଦ ଆସୁନାହିଁ କିମ୍ବା ଏହା ଆପଣଙ୍କ ଉପରେ ଭଲ ଦିଶିବନି । ଏହା ଶୁଣିଲେ ମହିଳା ମାନେ ଉଦାସ ହୋଇଯାଆନ୍ତି ।

ଅନେକ ମହିଳା ଚାହାନ୍ତି ତାଙ୍କ ପାର୍ଟନର ଘର କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରନ୍ତୁ । ଅନେକ ପୁରୁଷ ଏଭଳି କରିବା ପାଇଁ ପସନ୍ଦ କରି ନଥାଆନ୍ତି । ଏଭଳି କରିବା ଦ୍ୱାରା ମହିଳାଙ୍କ ମନରେ ଦୁଃଖ ଭରିଯାଏ । ଏପରି କରିବା ପରିବର୍ତେ ମହିଳା ମାନଙ୍କୁ ଘରେ କାମରେ ସାହାଯ୍ୟ କରିବା ଦ୍ୱାରା ତାଙ୍କ ମନକୁ ଆନନ୍ଦ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More