Only for Entertainment

ନିପାହ ଭାଏରସକୁ ଭୟ ନକରି ଏହି ମହିଳା ଜଣକ ରହୁଛନ୍ତି ୪୦୦ବାଦୁଡିଙ୍କ ସହ !

boldsky
0 48

ଯେଉଁଠାରେ ଗୋଟେ ପଟେ ନିପାହ ଭାଏରସର ଆତଙ୍କକୁ ନେଇ ପୂରା ଦେଶ ଭୟଭୀତ । ମାତ୍ର ଗୁଜୁରାଟର ଏକ ଗାଁରେ ଜଣେ ୭୪ବର୍ଷର ମହିଳା ୪୦୦ବାଦୁଡିଙ୍କ ସହ ଆରାମରେ ରହୁଛନ୍ତି । ଏହି ବାଦୁଡି ଗୁଡିକ ମହିଳାଙ୍କ ଘରକୁ ହିଁ ନିଜର ଘର ବନାଇସାରିଛନ୍ତି । ଏହି ବାଦୁଡି ଗୁଡିକ ମହିଳାଙ୍କ ଘରେ ଏକ ଦଶକରୁ ଅଧିକ ଉଦ୍ଧ୍ୱର୍ ସମୟ ହେବ ରହି ଆସିଲେଣି । ସେହିଭଳି ଏହି ମହିଳାଙ୍କୁ ବାଦୁଡିମାନଙ୍କ ପାଖରୁ ବ୍ୟାପୁଥିବା ନିପାହ ଭାଏରସର କୌଣସି ଭୟ ମଧ୍ୟ ନାହିଁ । ସେ ବାଦୁଡିମାନଙ୍କୁ ନିଜର ପରିବାର ବୋଲି କହିଛନ୍ତି ।

ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ ଯାହାଙ୍କୁ ବ୍ୟାପୁଥିବା ନିପାହ ଭାଏରସର ଭୟ ନାହିଁ ଏବଂ କିଏ ଏହି ବ୍ୟାଟଓମେନ ଏବଂ କାହିଁକି ରହୁଛନ୍ତି ବାଦୁଡିଙ୍କ ସହ । ଅହମଦାବାଦରୁ ୫୦କିମି ଦୂରରେ ରାଜପୁର ଗାଁରେ ବାସ କରୁଥିବା ୭୪ବର୍ଷ ମହିଳା ଶାନ୍ତାବେନଙ୍କୁ ସେହି ଇଲାକାର ସମସ୍ତ ଲୋକ ଚମଚିଡିଆବାଲା ବା ରୂପେ ଜାଣନ୍ତି ।

ଶାନ୍ତାବେନ କହିଛନ୍ତି ଯେ ଯେବେଠାରୁ ସେ ଅଗଣାରେ ରୋଷେଇ କରିବା ଏବଂ ଶୋଇବା ଆରମ୍ଭ କରିଲେ ସେବେଠାରୁ ହିଁ ଏହି ବାଦୁଡି ମାନଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଥିଲା । ସେହି ବାଦୁଡି ଗୁଡିକ ଘର କାନ୍ଥରେ ନିଜର ବାସସ୍ଥାନ ଗଢି ନେଲେ ।

ସ୍ୱାମୀଙ୍କ ମୃତ୍ୟୁ ଏବଂ ଝିଅର ବିବାହ ପରେ ଏହଳି ବାଦୁଡି ହିଁ ତାଙ୍କର ସାଥୀ ଅଟନ୍ତି । ନିପାୟ ଭାଏରସ ସମ୍ବନ୍ଧିତ କହିବା ସମୟରେ ଶାନ୍ତାବେନ କହିଛନ୍ତି ରୋଗ ବିଷୟରେ ଶୁଣିଛନ୍ତି ମାତ୍ର ଏହି ରୋଗକୁ ନେଇ ସେ ଭୟଭୀତ ନୁହନ୍ତି । ୩୦ବର୍ଷ ପୂର୍ବେ ଆକାଶ ମାର୍ଗରୁ ବିଜୁଳି ପଡିବା କାରଣରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେ ନିଜେ ଖଟି ପିଲାମାନଙ୍କୁ ବଡ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More