Only for Entertainment

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଟିଭି ପରଦାର ଏହି ଅଭିନେତା ।

deccan chronicle
0 50

ସିନିୟର ଆର୍ଟିଷ୍ଟ ମନୋଜ ଜୋସୀଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ମନୋଜ ଯୋଶୀଙ୍କୁ ୧୯୯୦ରେ କରିଥିବା ଚାଣକ୍ୟ ଚରିତ୍ର ପାଇଁ ଆଜି ମଧ୍ୟ ମନେ ପକାଯାଏ । ସେ ଲମ୍ବା ସମୟ ଧରି ଥିଏଟର ସହିତ ମଧ୍ୟ ଯୋଡ଼ି ହୋଇଛନ୍ତି ।

manoj joshi

ହିନ୍ଦୀ ଫିଲ୍ମରେ ମନୋଜ କେତେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି । ସଲମାନଙ୍କ ସହିତ ମଧ୍ୟ ସେ ଫିଲ୍ମରେ ନଜର ଆସିଛନ୍ତି । ମନୋଜ ଭାଗମ ଭାଗ,ଗରମ ମସଲା ଓ ହଲଚଲ ଭଳି ଫିଲ୍ମରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ହରର ସିରିୟଲ ମଧ୍ୟ କରିଛନ୍ତି । ୨୦୦୩ରେ ଆସିଥିବା ଫିଲ୍ମ ହଙ୍ଗାମାରେ ସେ ଲୋକ ଲୋଚନକୁ ଆସିଥିଲେ । ଏହା ବ୍ୟତୀତ ଭୁଲ ଭୁଲେୟାଁ,ଫିର ହେରା ଫେରି ଭଳି ଫିଲ୍ମରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଥିଲେ ।


କିଛି ଦିନ ହେବ ପାକିସ୍ତାନ କଳାକାର ଭାରତୀୟ ଫିଲ୍ମରେ କାମ କରିବାକୁ ନେଇ ବୟାନ ଦେଇ ମନୋଜ ଖୁବ ଚର୍ଚ୍ଚାରେ ରହିଥିଲେ । ସେ କହିଥିଲେ ପାକିସ୍ତାନ କଳାକାରଙ୍କର ଯାହା ହବାର ଥିବ ହବ । କିନ୍ତୁ ମୋ ପାଇଁ ମୋ ଦେଶ ବଡ଼ ।
ଏ ବର୍ଷ ପଦ୍ମଶ୍ର ପୁରସ୍କାର ପାଇଁ ବଛା ଯାଇଥିବା ୮୪ ଲୋକଙ୍କ ମଧ୍ୟରୁ ୪୧ ଜଣଙ୍କୁ ସମ୍ମାନିତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More