Only for Entertainment

ଭଗତ ସିଂଙ୍କ ମା’ଙ୍କ କୋଳରେ ମୁଣ୍ଡ ରଖି ଶୋଇବାର ସୁଯୋଗ ପାଇଥିଲେ ଏହି ଅଭିନେତା ।

India.com
0 27

ଦେଶ ଭକ୍ତି ଉପରେ ସମସ୍ତ ଫିଲ୍ମ ନିର୍ମାଣ କରିଥିବା ଅଭିନେତା ନିର୍ଦ୍ଦେଶକ ମନୋଜ କୁମାରଙ୍କୁ ସବୁଠାରୁ ବଡ଼ ଦେଶଭକ୍ତ କଳାକାର ଭାବରେ ମନେ ପକାଯାଏ । ୧୯୬୫ରେ ରିଲିଜ ହୋଇଥିବା ଫିଲ୍ମ ସହୀଦରେ ମନୋଜ କୁମାର ଭଗତ ସିଂଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ରକୁ ବାସ୍ତବତାର ରୂପ ଦେବାପାଇଁ ମନୋଜ କୁମାର ଭଗତ ସିଂଙ୍କ ମା’ଙ୍କୁ ସାକ୍ଷାତ କରିଥିଲେ । ଏହି କଥା ମନୋଜ କୁମାର ୨୦୦୨ରେ ଏକ ଲେଖାରେ ଜଣାଇଥିଲେ ।

ମନୋଜ ଏହା କହିଥିଲେଯେ ଫିଲ୍ମ ନିର୍ମାଣ ସମୟରେ ସେ ବହୁତ କିଛି ସାମଗ୍ରୀ ଏକାଠି କରିଥିଲେ, କିନ୍ତୁ ଫିଲ୍ମରେ ସୀମିତ ସମୟ କାରଣରୁ ଏ ସବୁ ଦେଖାଇବା ଅସମ୍ଭବ ହୋଇଥିଲା । ଫିଲ୍ମ ସୁଟିଂ ସମୟରେ ମନୋଜ ଭଗତ ସିଂଙ୍କ ମା’ଙ୍କୁ ସାକ୍ଷାତ କରିଥିଲେ । ସେହି ସମୟରେ ତାଙ୍କ ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଭଗତଙ୍କ ଭାଇ ଭଟକେଶ୍ୱରଙ୍କ ସହିତ ମଧ୍ୟ ହୋଇଥିଲା । ସେଠାରେ ସେ ଭଗତ ସିଂଙ୍କ ମା’ଙ୍କ କୋଳରେ ମୁଣ୍ଡ ରଖି ଶୋଇବାର ସୁଯୋଗ ପାଇଥିଲେ । ଭଗତଙ୍କ ଭାଇ କୁଲ୍ତାରଜୀ ମନୋଜଙ୍କୁ ଦେଖି ତାଙ୍କ ମା’ଙ୍କୁ ପ୍ରଶ୍ନ କରିଥିଲେଯେ,ମା ସେ ଆମ ଭାଇ ଭଗତଙ୍କ ଭଳି ଦେଖାଯାଉଛନ୍ତି ନା? ଏହାପରେ ତାଙ୍କ ମା ହସିଦେଇ କହିଲେ ପ୍ରାୟ ସମାନ ।

ମନୋଜ ଏହା ମଧ୍ୟ ଲେଖିଥିଲେଯେ ଥରେ ଭଗତଙ୍କ ମା ଔଷଧ ଖାଇବାକୁ ମନା କରୁଥିଲେ,ଏହାପରେ ମନୋଜ ତାଙ୍କୁ ଅନୁରୋଧ କରି କହିଥିଲେଯେ, ମା ଗୋଟିଏ ଅନୁରୋଧ, ଔଷଧ ଖାଇଦିଅନ୍ତୁ । ଏହାପରେ ଭଗତଙ୍କ ମା ମହିଲେ ଠିକ ଅଛି ତୁ କହୁଛୁ ତ ମୁଁ ଔଷଧ ଖାଇଦେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More