Only for Entertainment

ଟିଭିର ଗ୍ଲାମର ଦୁନିଆ ଛାଡ଼ି ଚାଷ କରୁଛନ୍ତି ଏହି ଅଭିନେତା ।

jansatta
0 73

‘ଦୀୟା ଔର ବାତୀ ହମ ଫେମ’ ଆକ୍ଟର ଅନସ ରସିଦ ଏବେ ଅଭିନୟ ଛାଡ଼ି ଘର ନିକଟରେ ଚାଷ କରୁଛନ୍ତି । ଇଣ୍ଡଷ୍ଟ୍ରିକୁ ଫେରିବାକୁ ନେଇ ଆକ୍ଟରଙ୍କର କୌଣସି ପ୍ଲାନ ନାହିଁ । ଏହି କଥା ନିଜେ ଅନସ କହିଛନ୍ତି । ମେଗା ଧାରାବାହିକ ‘ଦୀୟା ଔର ବାତୀ ହମ’ରେ ଅନସ ସୂରଜ ନାମକ ଚରିତ୍ରରେ ନଜର ଆସିଥିଲେ । ନିଜର ନିଖୁଣ ଅଭିନୟ ପାଇଁ ଅନସ ପ୍ରତି ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ନିକଟରେ ହୋଇଥିବା ଏକ ଇଂଟରଭ୍ୟୁରେ ଅନସ ନିଜ ଜୀବନ ସହିତ ଜଡ଼ିତ କିଛି କଥା ସେୟାର କରିଛନ୍ତି ।

ଅଭିନୟକୁ ପୁଣିଥରେ ଫେରିବାକୁ ପ୍ରଶ୍ନ କରାଯିବାରୁ ଅନସ କହିଛନ୍ତିଯେ ସେ ଏହି ବିଷୟରେ ଏପର୍ଯ୍ୟନ୍ତ ଭାବି ନାହାଁନ୍ତି । ଏହାପରେ ତାଙ୍କୁ ଦ୍ୱିତୀୟ ପ୍ରଶ୍ନ କରାଯାଇଥିଲାଯେ ସେ ଅଭିନୟ ଛାଡ଼ିବେ କି? ଅନସ କହିଲେ ମୁଁ ଏହା ଜାଣିନାହିଁ,କିନ୍ତୁ ଏବେ ଫେରିବାକୁ ନେଇ ମୁଁ କିଛି ଭାବିନାହିଁ । ଏହାକୁ ସେ ତାଙ୍କର ବ୍ରେକ ଟାଇମ ବୋଲି କହିଛନ୍ତି ।

 

ଅଭିନୟ ଦୁନିଆ ଛାଡ଼ି ସେ କ’ଣ କରୁଛନ୍ତି ପଚରାଯିବାରୁ ସେ କହିଲେଯେ ସେ ଏବେ ଚାଷୀ ହୋଇ ଯାଇଛନ୍ତି । ଏହା ତାଙ୍କୁ ଖୁବ ପସନ୍ଦ । କାରଣ ତାଙ୍କର ଲାଳନ ପାଳନ ଚଣ୍ଡିଗଡ଼ରେ ହୋଇଥିଲା । ସେ ଏହାକୁ ପାର୍ଟଟାଇମ ନୁହେଁ ବରଂ ପ୍ରଫେସନାଲ ଭାବରେ କରୁଛନ୍ତି । ତାଙ୍କ କହିବା ଅନୁସାରେ ଅଧିକାଂଶ ସମୟ ଜମିରେ ବିତାଉଛନ୍ତି ଏବଂ ନିଜେ ଟ୍ରାକ୍ଟର ଚଲାଉଛନ୍ତି । ଏଥିପାଇଁ ତାଙ୍କ ପରିବାର ଲୋକ ମଧ୍ୟ ଖୁସି ଅଛନ୍ତି,କାରଣ ସେ ତାଙ୍କ ପୁଅକୁ ପ୍ରତିଦିନ ଦେଖିବାକୁ ପାଉଛନ୍ତି । ଅବଶ୍ୟ ତାଙ୍କ ଏହି ନିଷ୍ପତ୍ତିରେ ତାଙ୍କ ପତ୍ନୀ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କିନ୍ତୁ ସେ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଥିବାରୁ ଏହିଥର ମଧ୍ୟ ସେ ରାଜି ହୋଇ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More