Only for Entertainment

ଝିଅ ଅନୁଷ୍କାଙ୍କ ପାଇଁ ଏହି ଷ୍ଟାର ପର୍ଫେକ୍ଟ ବୋଲି କହିଲେ ତାଙ୍କ ମା ।

youtube.com
0 111

ବାହୁବଳୀ ଫେମ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ପୁଣିଥରେ ଚର୍ଚ୍ଚା ଚାଲିଛି । ଅନୁଷ୍କା କାହାକୁ ବିବାହ କରିବେ ତାହା ଏପର୍ଯ୍ୟନ୍ତ ଠିକ ହୋଇନାହିଁ କିନ୍ତୁ ତାଙ୍କ ଜଣେ ସୁପରଷ୍ଟାରଙ୍କୁ ତାଙ୍କ ଝିଅ ପାଇଁ ପର୍ଫେକ୍ଟ ବୋଲି କହିଛନ୍ତି ।

ଏହି ଷ୍ଟାର ଅନ୍ୟ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ବାହୁବଳୀ ଫେମ ଆକ୍ଟର ପ୍ରଭାସ । ଅନୁଷ୍କାଙ୍କ ମା’ଙ୍କ କହିବା ଅନୁସାରେ ପ୍ରଭାସ ତାଙ୍କ ଝିଅଙ୍କ ପାଇଁ ଉପଯୁକ୍ତ ପାତ୍ର । ସେ ଏହା ମଧ୍ୟ କହିଛନ୍ତିଯେ ଦୁଇ ଜଣ ଷ୍ଟାର ଏବଂ ଦୁଇ ଜଣ ଏକା ସାଙ୍ଗରେ କାମ କରିଛନ୍ତି । ଏହା ସହିତ ସେ କହିଛନ୍ତି ଏପର୍ଯ୍ୟନ୍ତ କିନ୍ତୁ ଦୁଇ ଜଣ ଭଲ ସାଙ୍ଗ । ସେମାନଙ୍କ ବିବାହକୁ ନେଇ ଉଡ଼ା କଥା କହିବା ବନ୍ଦ କରନ୍ତୁ ।

ଅବଶ୍ୟ ଦିନ ଏଭଳି ଥିଲା ଯେତେବେଳେ ପ୍ରଭାସ ଏହି ହିଟ ହିରୋଇନଙ୍କୁ ପସନ୍ଦ କରୁଥିଲେ । ଏକ ଇଂଟରଭ୍ୟୁରେ ପ୍ରଭାସ କହିଛନ୍ତିଯେ ସେ ଏବଂ ଅନୁଷ୍କା ପରସ୍ପରକୁ ୯ ବର୍ଷ ହେବ ଚାଣିଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । କିନ୍ତୁ ପ୍ରେମ ହୋଇନାହିଁ । ବେଳେ ବେଳେ ଅଫେୟର ଖବର ଶୁଣି ମୋତେ ମଧ୍ୟ ଥରେ ଅନୁଭବ ହୋଇଥିଲାଯେ ସତରେ ଆମ ମଧ୍ୟରେ କିଛି ଅଛି । ଏହା ସହିତ ସେ କହିଛନ୍ତିଯେ ଜଣେ ଷ୍ଟାର ଅନ୍ୟ ଜଣେ ଷ୍ଟାରଙ୍କ ସହିତ ବାରମ୍ବାର ସ୍କ୍ରିନରେ ନଜର ଆସିଲେ ଲୋକ ଏଭଳି ଉଡ଼ା କଥା କହିବା ସମ୍ଭବ । କିନ୍ତୁ ଆମ ମଧ୍ୟରେ ସେଭଳି କିଛି ନାହିଁ । ସବୁକିଛି ସାଧାରଣ । କିନ୍ତୁ ଲୋକ ଏକଥା ମାନିବାକୁ ନାରାଜ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More