୪ ବର୍ଷ ହେବ କୌଣସି ଓଡିଆ ସିନେମାରେ ଦେଖିବାକୁ ମିଳିନାହିଁ ଏହି ନାୟିକାଙ୍କୁ ।
ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଶେଷ ସିନେମା ‘ବନ୍ଦେ ଉକ୍ରଳ ଜନନୀ’ରେ ଜଣେ ନବାଗତ ବଙ୍ଗୀୟ ନାୟିକାଙ୍କୁ ସବ୍ୟସାଚୀଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ଏହି ସିିନେମାରେ ଜବରଦସ୍ତ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ନାୟିକା ଜଣକ ହେଲେ ଅର୍ପିତା ମୁଖାର୍ଜୀ ।
ଏହାପରେ ସେ ଅନୁଭବଙ୍କ ବିପକ୍ଷରେ ‘ମୁଁ କଣ ଏତେ ଖରାପ’ ବୁଦ୍ଧାଦିତ୍ୟଙ୍କ ସହ ‘ପ୍ରେମରୋଗୀ’, ସବ୍ୟସାଚୀଙ୍କ ସହ ‘ତୋର ମୋର ଯୋଡି ସୁନ୍ଦର’ ଏବଂ ଆକାଶଙ୍କ ବିପକ୍ଷରେ ‘ରାଜୁ ଆୱାରା’ ଆଦି ଓଡିଆ ସିନେମାରେ ଅଭିନୟ କରି ଓଲିଉଡ଼ରେ ବେଶ୍ ଲୋକପ୍ରିୟ ହୋଇଥିଲେ । କିନ୍ତୁ ତାଙ୍କୁ ପ୍ରାୟ ୪ ବର୍ଷ ହେଲା କୌଣସି ଓଡିଆ ସିନେମାରେ ଦେଖିବାକୁ ମିଳିନାହିଁ ।
ବର୍ତ୍ତମାନ ଅର୍ପିତା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟସ୍ତ ଅଛନ୍ତି ବୋଲି ଜଣାପଡିଛି । ସେ ଏକ ତାମିଲ୍ ଫିଲ୍ମ ‘ଚିନ୍ନାମା ଲଭ୍’ରେ ନାୟିକା ଭାବେ ଅଭିନୟ କରିସାରିଲେଣି । ଏହାଛଡା ତାଙ୍କ ହାତରେ ରହିଛି ଆଉ ଦୁଇଟି ସାଉଥ୍ ସିନେମା । ପୂର୍ବରୁ ଅର୍ପିତା ଜୋର ଯାର୍ ମୁଲକ୍ ତାର,ପାର୍ଟନର ଏବଂ ମାମା ଭାଗନେ ଆଦି ବଙ୍ଗଳା ଫିଲ୍ମରେ ବି କାମ କରିଛନ୍ତି ।