Only for Entertainment

ଆଇଫା ଶୋ’ରେ ଗୋଟିଏ କୁକୁର’ର ଇଂଟରଭ୍ୟୁ ନେଲେ ଏହି କଳାକାର, ମିଳିଲା ଏଭଳି ପ୍ରତିକ୍ରିୟା, ଭିଡିଓ ଭାଇରାଲ !

41

ଚଳିତ ବର୍ଷ ୨୦ତମ ବିଶ୍ୱ ଭାରତୀୟ ଫିଲ୍ମ ଏକାଡେମୀ ଆୱାର୍ଡ ଅର୍ଥାତ ଆଇଫା ଆୟୋଜନ ମୁମ୍ବାଇରେ ହୋଇଥିଲା । ଏଥିରେ ବଲିଉଡର ବଡ ବଡ କଳାକାର ସାମିଲ ହୋଇଥିଲେ । ଯେଉଁଥିରେ ଦୀପିକା, ଆଲିୟା, ରଣବୀର, ରେଖା, କ୍ୟାଟରୀନା କୈଫ ଏବଂ ସଲମାନ ଖାନ ସାମିଲ ହୋଇଥିଲେ । ଏହି ସମସ୍ତ କଳାକାର ଆଇଫା ସନ୍ଧ୍ୟାକୁ ରଙ୍ଗୀନ ବନାଇଥିଲେ । କିନ୍ତୁ ଆଇଫାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଏଥର ଆଇଫାରେ ଜଣେ ଖାସ ଗେଷ୍ଟ ଏଂଟ୍ରି କରିଥିଲେ । ଏହି ଗେଷ୍ଟ କେହି ନୁହଁନ୍ତି ଏକ କୁକୁର ଅଟେ । ଅସଲରେ ଆଇଫା ସମୟରେ ଏକ କୁକୁର ଆସିଯାଇଥିଲା । ଯାହାପରେ ସମସ୍ତ କଳାକାରଙ୍କ ଇଂଟରଭ୍ୟୁ ନେଉଥିବା ଅଦିତି ଭାଟିୟା ଏହି କୁକୁରର ବି ଇଂଟରଭ୍ୟୁ ନେଇଥିଲେ । ଅଭିନେତ୍ରୀ ଜଣକ ଯେତେବେଳେ ଏହି କୁକୁର ସହ କଥା ହୋଇଥିଲେ କୁକୁରଟି ଅଦିତିଙ୍କ ସହ ହାତ ମିଳାଇ ଥିଲା ।

 

View this post on Instagram

 

Spread love! ?❤️

A post shared by Aditi Bhatia ? (@aditi_bhatia4) on

ଏହି ଭିଡିଓ ଅଦିତି ଭାଟିୟା ଦୁଇ ଦିନ ହେବ ତାଙ୍କ ଇନଷ୍ଟାଗ୍ରାମ ଅକାଉଂଟାରେ ଅପଲୋଡ କରିଥିଲେ , କିନ୍ତୁ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୭ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More