Only for Entertainment

ହଲିଉଡର ଏହି ଅଭିନେତ୍ରୀ ୟୁପିର ଏକ ଶୁଶୁକୁ ପୋଷ୍ୟ ସନ୍ତାନ ରୂପେ କଲେ ଗ୍ରହଣ

instagram
0 40

ଅନେକଥର ଆପଣ ଦେଖିଥିବେ ଭାରତୀୟ ସଂସ୍କୃତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଖୁବ ଆକର୍ଷିତ କରିଥାଏ । ପ୍ରତି ବର୍ଷ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଏବଂ ଅନେକ ପ୍ରସିଦ୍ଧ ବ୍ୟକ୍ତି ଭାରତକୁ ବୁଲିବା ପାଇଁ ଆସିଥାନ୍ତି । ନିକଟରେ ୟୁପିର ଅତି ପରିଚିତ ସ୍ଥାନ ବ୍ରଜରେ ହଲିଉଡ ଅଭିନେତ୍ରୀ ମେରୀ ଏଗରୋପୋଲଜଙ୍କୁ ଦେଖିବାକୁ ମିଳିଛି ।

pic 3

ସବୁଠାରୁ ଖାସ କଥା ହେଉଛି ସେ ଦୁଇଟି ଖାସ ଉଦ୍ଦେଶ୍ୟ ନେଇ ଭାରତ ଆସିଛନ୍ତି । ଗୋଟିଏ ହେଉଛି ଭଗବାନ କୃଷ୍ଣଙ୍କ ବିଷୟରେ ଜାଣିବା ଏବଂ ଅନ୍ୟଟି ହେଉଛି ସମାଜ ସେବା କରିବା । ଭାରତ ପହଁଚିବା ପରେ ଏହି ଅଭିନେତ୍ରୀ ମଥୁରାର ସନ୍ଦୀପନ ମୁନୀର କେ ସ୍କୁଲରେ ପହଁଚିଥିଲେ । ଏବଂ ସେଠାରେ ସେ ସ୍କୁଲର ପିଲାମାନଙ୍କ ସହିତ ସମୟ ବିତାଇଥିଲେ । ପିଲାମାନଙ୍କ ସହିତ କଥାହୋଇ ସେ ଦେଶର ସଂସ୍କୃତି ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ।

pic 2

ଫୁଡ ଫର ଲାଇଫ ଅରଗାନାଇଜେସନ ଦ୍ୱାରା ଗରିବ ପିଲାମାନଙ୍କ ପାଇଁ ଚାଲୁଥିବା ଏହି ସ୍କୁଲରେ ମେରୀ ସମୟ ବିତାଇବା ସହିତ ଏହି ସ୍କୁଲର ଏକ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି । ମେରୀ ଏହି ଶିଶୁର ସମସ୍ତ ପଢିବା ଖର୍ଚ୍ଚ ବହନ କରିବେ ।

pic 4

ମେରୀ ୨୦୧୭ରୁ ଫୁଡ ଫର ଲାଇଫ ଅରଗାନାଇଜେସନ ସହିତ ଜଡିତ ଅଛନ୍ତି । ଏହା ସହିତ ଏହି ସଂସ୍ଥାର ସହଯୋଗ ପାଇଁ ସେ ଲସ୍ ଆଞ୍ଜେଲସରେ ଫୁଡ ଫର ଲାଇଫ ବୃନ୍ଦାବନ ନାମକ ଇଭେଣ୍ଟ ମଧ୍ୟ ଆୟୋଜନ କରିଥିଲେ ।

pic 1

ମେରୀ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ମୋର ପିଲାଦିନରୁ ସ୍ୱପ୍ନ ଥିଲା ମୁଁ କୃଷ୍ଣ ଏକ ଭାରତ ବିଷୟରେ ଜାଣିବା ପାଇଁ । ଏହି ଅନୁଷ୍ଠାନ ପାଇଁ ଏହା ସମ୍ଭବ ହୋଇପାରିଛି ।’ ଏହା ସହିତ ସେ ଏହି ଭିଜିଟର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More