Only for Entertainment

ମିଡିଆ ସାମ୍ନାରେ ଆଲିୟା ଭଟ୍ଟ ବରୁଣ ଧୱନଙ୍କ ସହ କଲେ କିଛି ଏଭଳି, ଭିଡିଓ ଭାଇରାଲ !

48

ଆଲିୟା ଭଟ୍ଟ ଏବଂ ବରୁଣ ଧୱନ ବିଟାଉନ ଇଣ୍ଡଷ୍ଟ୍ରିରେ ଏକାସହ ପାଦ ଦେଇଥିଲେ । ‘ଷ୍ଟୁଡେଂଟ ଅଫ ଦ ଇୟର’ରେ ଦୁହେଁ ସଫଳ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ହିଁ ଦୁହେଁ ସ୍ପେଶାଲ ବଣ୍ଡ ତଥା ଫ୍ରେଣ୍ଡଶିପ ଶେୟାର କରନ୍ତି । ତାଙ୍କର ଅନସ୍କ୍ରିନ କେମେଷ୍ଟ୍ରି ସହ ଅଫସ୍କ୍ରିନ କେମେଷ୍ଟ୍ରିକୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରନ୍ତି । ଦୁହିଁଙ୍କ ସମ୍ପର୍କ ଏତେ ନିବିଡ ଯେ ଦୁହେଁ ଖୁବ ମସ୍ତି କରନ୍ତି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅସଲରେ ବରୁଣ ଏବଂ ଆଲିୟା କିଛିଦିନ ହେବ ନିଜର ଅପକମିଂ ଫିଲ୍ମ କଳଙ୍କ’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହିପରି ଏକ ଇଭେଂଟ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କ୍ଲିପରେ ଦୁହେଁ ମିଡିଆ ସାମ୍ନାରେ ପୋଜ ଦେଉଥିବାର ନଜର ଆସିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani) on

ପୋଜ ଦେଉଥିବା ସମୟରେ ଆଲିୟା ନିଜ ଉଚ୍ଚତା ବଢାଇବା ପାଇଁ ଗୋଡକୁ ଟେକି ଛିଡା ହେଉଥିବା ବେଳେ ଏହା ଦେଖି ବରୁଣ ଖୁବ ଜୋରରେ ହସିବାକୁ ଲାଗିଥିଲେ । ଦୁହିଁଙ୍କ କାଜୁଆଲ ଅନ୍ଦାଜରେ ଦୁଷ୍ଟାମୀ ଭିଡିଓ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ କଳଙ୍କ ଫିଲ୍ମ ୧୭ଅପ୍ରେଲରେ ପରଦାରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଆଲିୟା-ବରୁଣଙ୍କ ସହ ସଂଜୟ ଦତ୍ତ, ମାଧୁରୀ ଦିକ୍ଷିତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More