Only for Entertainment

ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରହମାନ୍‌ ହେଲେ ଏହି ମହିଳାଙ୍କ ଫ୍ୟାନ, ସୋସିଆଲ ମିଡିଆରେ ଶେୟାର କରି ଜଣାଇଲେ ମହିଳାଙ୍କୁ ଟ୍ୟାଲେଂଟ !

news18
54

ସୋସିଆଲ ମିଡିଆରେ ଏମିତି ଏକ ପ୍ଲାଟଫର୍ମ ଯେଉଁଠି କିଛି ବି ଫଟୋ ଏବଂ ଭିଡିଓ ଅପଲୋଡ ହୋଇଥାଏ , ତାହା ସାଙ୍ଗେ ସାଙ୍ଗେ ଭାଇରାଲ ହୋଇଯାଏ । ଏହି ଭିଡିଓ ଜରିଆରେ ଅନେକ ନିଆରା ଟ୍ୟାଲେଂଟ ମଧ୍ୟ ସାମ୍ନାକୁ ଆସିଥାଏ ଏବଂ ସେ ସାଙ୍ଗେ ସାଙ୍ଗେ ପରିଚିତ ମଧ୍ୟ ହୋଇଯାଏ । ସେମିତି ଜଣେ ମହିଳା ହେଲେ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲାର ବେବି।

ବେବିଙ୍କ ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆରେ ଧୂମ୍ ମଚାଉଛି। ଏହି ଭିଡିଓରେ ସେ ଗୀତ ଗାଉଛନ୍ତି। ସେ ଏତେ ଭଲ ଗୀତ ଗାଇଛନ୍ତି ଯେ, ତାଙ୍କ ଗୀତ ଶୁଣି ସଙ୍ଗୀତ କମ୍ପୋଜର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରହମାନ୍‌ ବି ତାଙ୍କ ଫ୍ୟାନ୍‌ ହୋଇଯାଇଛନ୍ତି। ସେ ସେଇ ମହିଳାଙ୍କୁ ପ୍ରଶଂସା କରିବାକୁ ବି ପଛାଇ ନାହାନ୍ତି।

ଏ.ଆର୍‌. ରହମାନ୍‌ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ଶେୟାର୍‌ କରିଛନ୍ତି। ଯାହାକୁ ଏବେ ପର୍ଯ୍ୟନ୍ତ ୧୯ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓରେ ମହିଳା ଜଣଙ୍କ ‘ଓ ଛଲିୟା’ ଗୀତ ଗାଉଛନ୍ତି।

ବାସ୍ତବରେ ମହିଳାଙ୍କ ନାଁ ଗାଁ କେହି ଜାଣି ନ ଥିଲେ। ଭିଡିଓ ପୋଷ୍ଟ୍‌ ହେବା ପରେ ଜଣେ ବ୍ୟକ୍ତି କମେଣ୍ଟ୍‌ କରି ଗୀତ ଗାଇଥିବା ମହିଳାଙ୍କ ନାଁ କହିବା ପରେ ଏବେ ବେବିଙ୍କୁ ନେଇ ସବୁଆଡେ ଚର୍ଚ୍ଚା।

ଏହି ଭିଡିଓ ଦେଖିବା ପରେ ମହିଳା ଜଣଙ୍କୁ ସଙ୍ଗୀତ ନିର୍ଦ୍ଦେଶକ କୋଟେସ୍ୱର ରାଓ ଗୀତ ଗାଇବାକୁ ମଧ୍ୟ ସୁଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଶଙ୍କର ମହାଦେବନ ଏମିତି ଜଣକର ଫ୍ୟାନ୍‌ ହୋଇଯାଇଥିଲେ। ଶଙ୍କର ତାଙ୍କ ସହ ଗୀତ ଗାଇବାକୁ ଇଚ୍ଛା ବି ଜାହିର୍‌ କରିଥିଲେ। ସେ ବ୍ୟକ୍ତି ଜଣକ ଥିଲେ ରକେସ୍‌ ଉନ୍ନି । ସେ କେରଳର ବାସୀନ୍ଦା। ସେ କମଲ୍ ହସନ୍‌ଙ୍କ ଫିଲ୍ମ ‘ବିଶ୍ୱରୂପମ୍‌’ର ଗୋଟିଏ ଗୀତ ଗାଇଥିଲେ। କେବଳ ଶଙ୍କର ମହାଦେବନ ନୁହେଁ ଏମିତି ଆହୁରି ଅନେକ ଷ୍ଟାର ଥିଲେ ରାକେଶ୍‌ଙ୍କ ପ୍ୟାନ୍‌ ହୋଇଯାଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More