Only for Entertainment

କ୍ୟାଲକୁଲେଟର ଭଳି ଚାଲୁଛି ୯ବର୍ଷ ବାଳକ ଚିରାଗର ମସ୍ତିଷ୍କ । ପ୍ରତିଭାରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ଠାରୁ କମ ନୁହଁନ୍ତି

punjabkesari
63

ପ୍ରତ୍ୟୈକ ମଣିଷ କିିଛି ନା କିଛି ଅଲୌକିକ ପ୍ରତିଭାର ଅଧିକାରୀ ହୋଇ ଜନ୍ମ ହୋଇଥାନ୍ତି । କିଛି ପ୍ରତିଭା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ତ ଆଉ କିଛି ସେମାନଙ୍କ ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥାଏ । ସେହିପରି ଏକ ଅଲୌକିକ ପ୍ରତିଭାର କାହାଣୀ ଦେଖିବାକୁ ମିଳିଛି ଜଣେ ୯ବର୍ଷର ବାଳକ ଭିତରେ ।

ସାଧାରଣତଃ ଜଣେ ୯ବର୍ଷର ବାଳକ କେତେ ସଂଖ୍ୟକ ପଣକିଆ ମନ ରଖିପାରିବ ? ୧୦,୨୦,୩୦ କିମ୍ବା ୪୦ । କିନ୍ତୁ ଖୋଡି ଜିଲ୍ଲାର ରୋହଡାଈ ଗ୍ରାମର ୯ବର୍ଷ ଚିରାଗର ପ୍ରତିଭା ଓ ତାର ମସ୍ତିଷ୍କ ଏକ ଭିନ୍ନ ସ୍ତର ଦେଇ ଗତି କରୁଛି । କୁହାଯାଉଛି ଯେ, ଚିରାଗର ମସ୍ତିଷ୍କ କ୍ୟାଲକୁଲେଟର ଭଳି କାମ କରୁଛି । ଏହା ସହିତ ସେ ବିନା କୌଣସି କଲମ ଓ କାଗଜରେ ଅତି ସରଳ ଭାବେ ଅଙ୍କକୁ ଗଣି ପାରୁଛି । ଆଶ୍ଟର୍ଯ୍ୟର କଥା ହେଉଛି ଚିରାଗକୁ ଦଶ ହଜାର ପର୍ଯ୍ୟନ୍ତ ପଣିକିଆ ମନେ ଅଛି ।

ପିତା କୁଳଦୀପ ଯାଦବ ଚିରାଗକୁ ୩ବର୍ଷ ପୂର୍ବରୁ ହିଁ ପ୍ରବେଶିକା ପରୀକ୍ଷା ନିମନ୍ତେ ସୈନିକ ସ୍କୁଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଚିରାଗ କମାଲପୁର ସ୍ଥିତ ଭାରତୀ ଇଂଟର ନେସନାଲ ସ୍କୁଲରେ ପଂଚମ ଶ୍ରେଣୀରେ ପାଠ ପଢୁଛି । ସେ ଚିରାଗକୁ ମାଗଣାରେ କୋଚିଂ ଦେବା ପାଇଁ ସ୍ଥିର କରିଛନ୍ତି । ସେଠାକାର ଜିଲ୍ଲା ଅଧିକାରୀ ଓ ସ୍କୁଲ ସଂଚାଳକ ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି ।

ଚିରାଗଙ୍କ କହିବାନୁଯାୟୀ, ସେ ବଡ ହେଲେ ବୈଜ୍ଞାନିକ ହେବେ । ଆର୍ଥିକ ଅଭାବ କାରଣରୁ ଚିରାଗଙ୍କ ପିତା ମାତା ତାଙ୍କୁ ସ୍ୱତନ୍ତ୍ର ତାମିଲ ଦେଇପାରୁ ନାହାନ୍ତି । ସେଥିପାଇଁ ପ୍ରଶାସନ ଯଦି ଚିରାଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ କିଛି ସାହାଯ୍ୟ କରନ୍ତି ତେବେ ତାଙ୍କ ଭବିଷ୍ୟତ ଉଜ୍ୱଳ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More