Only for Entertainment

ନିଆରା ଢଙ୍ଗରେ ପାରମ୍ପରିକ ନୃତ୍ୟ ପରିବେଷଣ, ଭିଡିଓରେ ହୋଇଯିବେ ଦିୱାନା !

youtube
0 52

ଯଦି ଆପଣ ଭାବୁଛନ୍ତି ପାରମ୍ପାରିକ ନୃତ୍ୟର ପରିସମାପ୍ତି ଘଟିଲାଣି ବୋଲି ଭାବୁଛନ୍ତି, ତେବେ ଆପଣଙ୍କ ଏହି ଭାବନାକୁ ଦୂରେଇ ଦେବ ଏହି ନିଆରା ଢଙ୍ଗର ନୃତ୍ୟ ପରିବେଷଣ । ଅନେକ ଇଭେଂଟରେ ନିଆରା ଢଙ୍ଗରେ ପାରମ୍ପରିକ ନୃତ୍ୟ ପରିବେଷଣ କରି ଅନେକ ପ୍ରଶଂସା ସାଉଟିଛନ୍ତି । ମଝିରେ ଓଡିଶାର ପର୍ଯ୍ୟଟନ ସ୍ଥଳୀ ଧଉଳିରେ ‘ସେପ ଅଫ ୟୁ’ସଙ୍ଗୀତରେ ପାରମ୍ପାରିକ ନୃତ୍ୟ ପରିବେଷଣ କରି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହୋଇଥିଲେ । ସେହିଭଳି ପାରମ୍ପରିକ ନୃତ୍ୟରେ ଏବେ ପ୍ରଶଂସକଙ୍କୁ ପସନ୍ଦ କିଛି ନୂଆ ଫ୍ୟୁଜନ ।

ତେବେ ଏହା କେବଳ ଭାରତରେ ନୁହେଁ ଏପରି କଥକ ଡ୍ୟାନ୍ସରେ ଫ୍ୟୁଜନ ଦେଖିବାକୁ ମିଳିଥିଲା ‘ରୁଷିଆଜ ଗଟ ଟ୍ୟାଲେଂଟ’ସୋରେ ଏବଂ ଏହି ଭିଡିଓ ସୋସିଆଲ ମିହିଆରେ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ ସେଇ ଏକା ଯୋଡି କୁମାର ଶର୍ମା ଏବଂ ଶ୍ୱେତଲନା ତୁଲସୀ ଆଗରୁ ଅନେକ ସଂଗୀତରେ ନୃତ୍ୟ କରିଥିଲେ । ପୁଣି ଥରେ ତାଙ୍କ ନୃତ୍ୟରେ ଏହି ଯୋଡି ସୋସିଆଲ ମିଡିଆରେ ଯାଦୁ ବିଛାଇଛନ୍ତି ।

ଅଦନାନି ଶାମୀଙ୍କ ଅଲ ଟାଇମ ଫେଭରେଟ ସଂଗୀତରେ ସେମାନେ ନିଜର ଯାଦୁ ଦେଖାଇ ସଭିଁଙ୍କ ମନ କିଣି ନେଇଛନ୍ତି । ଏହି ଭିଡିଓକୁ ଅଦନାନି ଶାମି ମଧ୍ୟ ପ୍ରଶଂସା କରିଛନ୍ତି । ସେ ଏହାକୁ ପ୍ରଶଂସା କରି ଲେଖିଛନ୍ତି ‘ଦିସ ଇଜ ବ୍ରିଲିଏଂଟ ! ବ୍ରାଭୋ, ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More