Only for Entertainment

ପାକ୍ ପ୍ରଧାନମନ୍ତ୍ରୀଙ୍କ ଗାଦି କବ୍ଜା କଲେ ଟିକଟକ ଷ୍ଟାର, ପାକିସ୍ତାନରେ ଚାଂଚଲ୍ୟ ସୃଷ୍ଟି

punjabkesari
202

ସୋସିଆଲ ମିଡିଆ ଆପ ଟିକଟକ କ୍ରେଜର ନିଶା ଅଧିକାଂଶକୁ ଘାରିଛି । ସାଧାରଣ ହେଉ ବା ଖାସ ପ୍ରତ୍ୟେକ କିଛି ନା କିଛି ଭିଡ଼ିଓ ଅପଲୋଡ କରି ପ୍ରସିଦ୍ଧ ହୋଇ ଯାଉଛନ୍ତି । ପାକିସ୍ତାନର ପ୍ରସିଦ୍ଧ ଟିକଟକ ଷ୍ଟାର ହଶିମ ଶାହଙ୍କ ଉପରେ ମଧ୍ୟ ଏହି ନିଶା ଏତେ ମାତ୍ରାରେ ଚଢିଛିଯେ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ବ୍ୟବହାର କରିବାକୁ ମଧ୍ୟ ପଛାଇଲେ ନାହିଁ ।

 

ବାସ୍ତବରେ ହଶିମଙ୍କ ଏହି ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର କନଫରେନ୍ସ ରୁମରେ ସେ ବୁଲୁଥିବାର ନଜର ଆସିଛି । ଆଶ୍ଚର୍ଯ୍ୟର କଥା ହେଉଛିଯେ ସେ ଏହି ହାଇ ସିକ୍ୟୁରିଟି ଅଫିସରେ ନାଚି ବୁଲୁଥିବାର ନଜର ଆସିଛନ୍ତି, ଏବଂ ତାଙ୍କୁ କେହି ଅଟକାଇବାକୁ ମଧ୍ୟ ଚେଷ୍ଟା କରୁ ନାହାଁନ୍ତି । ସୀମା ତ ସେତେବେଳେ ଅତିକ୍ରମ ହେଲା ଯେତେବେଳେ ସେ ଇମ୍ରାନଙ୍କ ଗାଦି ଉପରେ ବସିଗଲେ ।

ଭାଇରାଲ ହେଉଥିବା ଭିଡ଼ିଓରେ ପଂଜାବୀ ଏବଂ ହିନ୍ଦୀ ଗୀତ ଶୁଣିବାକୁ ମିଳୁଛି । ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଚାଂଚଲ୍ୟ ସୃଷ୍ଟି ହୋଇ ଯାଇଛି ଏବଂ ହଶିମଙ୍କ କହିବା ମୁତାବକ ସେ ଅନୁୂମତି ନେଇ ଏହି ଭିଡ଼ିଓ କରିଛନ୍ତି । କହିରଖୁଛୁ ଏହା ପୂର୍ବରୁ ହଶିମଙ୍କ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବୈଦେଶିକ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଟିକଟକ ଭିଡ଼ିଓ ଭାଇରାଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More