Only for Entertainment

ଏହି ଭିଡିଓକୁ ଦେଖିବା ପରେ ନିଶ୍ଚୟ ବୁଝିପାରିବେ ଜେଜେଙ୍କୁ ନଜର ଅନ୍ଦାଜ କରିବା କଥା ନୁହେଁ !

39

ଗୋଟିଏ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଜେଜେ ନିଜ ନାତିଙ୍କ ସହ ବାସ୍କେଟବଲ ଖେଳୁଛନ୍ତି । ନାତି ଜଣକ ଭାବିଥିଲା ଯେ ଜେଜେଙ୍କୁ କଣ ବାସ୍କେଟବଲ ଜଣା ଯେ ସେ ଖେଳିପାରିବେ । ସେ ନିଜ ସଟ ଖେଳିବା ପରେ ପୁଣି ସମୟ ଆସିଥିଲା ଜେଜେଙ୍କର, ସେ ଯେଉଁଭଳି ସଟ ଖେଳିଲେ ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନାତି ସର୍ତ୍ତ ଲଗାଇଥିଲା, ଯେଉଁଥିରେ ସେ ହାରି ଯାଇଥିଲା ।

ଗୁରପ୍ରିତ ସିଂ ଢିଲୋଁ ଏହି ପୋଷ୍ଟ ଟ୍ୱିଟରରେ ଶେୟାର କରିଥିଲେ । ସେ ଲେଖିଥିଲେ ଯେ ‘ମୋ ୧୦ବର୍ଷର ପୁଅ ଆଜି ଶିଖି ଯାଇଛି ଯେ ବାସ୍କେଟବଲରେ ସେ ଜେଜେଙ୍କୁ ହାଲକା ଭାବିବା ଉଚିତ ନୁହେଁ । ସେ ୨୦ଡଲାର ସର୍ତ୍ତ ଲଗାଇଥିଲା , ଯେଉଁଥିରେ ହାରି ଯାଇଛି । ଟ୍ୱିଟରରେ ଏହି ଭିଡିଓକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More