Only for Entertainment

ହିରୋଙ୍କ ଠାରୁ କିଛି କମ ଦେଖିବାକୁ ନୁହଁନ୍ତି ଏହି ଆଇପିଏସ ଅଫିସର, ଝିଅମାନେ ଦିୱାନୀ ହୋଇପଡନ୍ତି ତାଙ୍କ ଫିଟନେସ ଦେଖି , ଜାଣନ୍ତୁ ।

aajkikhabar
0 115

ପ୍ରାୟତଃ ୧୦୦ପ୍ରତିଶତ ଲୋକଙ୍କ ମଧ୍ୟରୁ ୯୦ପ୍ରତିଶତ ଲୋକ ସ୍ୱାସ୍ଥ୍ୟକୁ ନେଇ ଖୁବ ସଚେତନ ଥାଆନ୍ତି । ମାତ୍ର ସମୟର ଅଭାବ ଯୋଗୁଁ ନିଜକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଅବହେଳା କରନ୍ତି । କିନ୍ତୁ କିଛି ଲୋକ ନିଜକୁ ଫିଟ ରଖିବା ଲାଗି ଘଂଟା ଘଂଟା ଧରି ଜିମ ଯାଆନ୍ତି ତ କେହି କେହି ଯୋଗ କରନ୍ତି । ବିଶେଷ କରି ପୁରୁଷମାନେ ନିଜ ଶରୀର ଖୁବ ଚିନ୍ତାଶୀଳ ଅଟନ୍ତି । ସୁନ୍ଦର ଫିଟ୍‌ନେସ୍‌ ପାଇଁ ଏମାନେ କିଛି କି କରିବାକୁ ପ୍ରସ୍ତୁତ। କିଛି ଯୁବକ ଅଛନ୍ତି, ଯେଉଁମାନେ ଝିଅଙ୍କୁ ଇମ୍ପ୍ରେସ କରିବାକୁ ଜିମ୍‌ ଯାଇ ବଡି ବନାଇଥାନ୍ତି। ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଗୋଟିଏ ଝଲକ ପାଇବାକୁ ଝିଅମାନେ ତାଙ୍କ ଘରକୁ ଦୌଡୁଛନ୍ତି। ଏହି ଯୁବକ ଜଣଙ୍କ ହେଲେ ମଧ୍ୟପ୍ରଦେଶର ଆଇପିଏସ୍‌ ଅଫିର ସଚିନ୍‌ ଅତୁଲକର (୩୪)। ଆସନ୍ତୁ ଜାଣିବା ସଚିନଙ୍କ ସମ୍ପର୍କରେ କିଛି।

ପଞ୍ଜାବର ହୋଶିୟାପୁରରେ ରହୁଥିବା ଜଣେ ଯବୁତୀ ତାଙ୍କୁ ଦେଖା କରିବାକୁ ଉଜ୍ଜୟନୀ ପଳାଇ ଆସିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ। ସଚିନ ଯେତେବେଳେ ସାଗର ଜିଲ୍ଲାରେ ଏସ୍‌ପି ଥିଲେ ସେହି ସମୟରେ ଜଣେ ୭ ବର୍ଷର ଝିଅ ତାଙ୍କୁ ଭେଟିବାକୁ ଜିଦ୍‌ କରିଥିଲା। ସଚିନଙ୍କ ଠାରୁ ଅଟୋଗ୍ରାଫ୍ ନେଲା ପରେ ଯାଇ ସେ ଖାଇବ ବୋଲି କହିଥିଲା। ଝିଅର ଜିଦ୍‌ ଆଗରେ ମୁଣ୍ଡ ନୂଆଁଇ ଥିଲେ ତା’ର ମାଆବାପା। ଆଉ ସଚିନଙ୍କ ସହ ଭେଟ କରାଇବାକୁ ଆଣିଥିଲେ। ସଚିନ୍ ଝିଅକୁ ଭେଟ କରିବା ସହ ଅଟୋଗ୍ରାଫ୍ ଦେଇଥିଲେ। ଏହାପରେ ଝିଅଟି ଖାଇଥିଲା।

ଏଭଳି କାଟନ୍ତି ଦିନ

ନିଜକୁ ଫିଟ୍ ରଖିବାକୁ ସଚିନ ରୁଟିଙ୍ଗ୍‌ ଅନୁସାରେ କାର୍ଯ୍ୟ କରିଥାନ୍ତି। ସେ ପ୍ରତିଦିନ ୧ରୁ ଦେଢ଼ ଘଣ୍ଟା ଜିମ୍‌ରେ ସମୟ ବିତାଇଥାନ୍ତି। ସେ ତାଙ୍କ ଜିମ୍‌ ରୁଟିନ୍‌କୁ ସପ୍ତାହ ହିସାବରେ ଭାଗ କରିଛନ୍ତି। ସପ୍ତାହର ଆରମ୍ଭରୁ ଗୋଟିଏ ଦିନ ଚେଷ୍ଟ ଓ ଟ୍ରାଇସେପ୍ସ ବ୍ୟାୟାମ କରିଥାନ୍ତି। ତା’ପର ଦିନ ବାଇସେପ୍ସ ସହିତ ୱାକ ଓ ଗୋଟିଏ ଦିନ ସୋଲଡର ଓ ଲେଗ୍ ବ୍ୟାୟାମ କରିଥାନ୍ତି।

ଏହାବ୍ୟତୀତ ସେ ୱେଟ୍‌ ଟ୍ରେନିଙ୍ଗ କରିବା ସହ କାର୍ଡିୟୋ କରିବାକୁ ଭୁଲନ୍ତୁ ନାହିଁ। ସେ ଏକ ସାକ୍ଷାତକାରରେ କହିଥିଲେ,“ଯେଉଁଦିନ ମୁଁ ଜିମ୍‌ ଯାଇ ନପାରେ ସେହିଦିନ ରନିଂ, ଯୋଗ ଓ ସାଇକେଲିଂ କରିଥାଏ।”

ସେ ସବୁବେଳେ ତଟକା ଫଳ ଖାଇବାକୁ ପସନ୍ଦ କରନ୍ତି। ପ୍ରତିଦିନ ଡାଇଟ୍‌ରେ ତାଙ୍କର ୨୦୦ ଗ୍ରାମ୍‌ ପ୍ରୋଟିନ୍ ରହିଥାଏ। ସେ ଖାଇବାରେ ଫ୍ରେସ୍‌ ମାଛ, ଚିକେନ୍ ଓ ଅଣ୍ଡା ଖାଇଥାନ୍ତି। ଏହାସହିତ ସେ ସବୁଜ ପରିବା ଓ ସାଲାଡ୍ ମଧ୍ୟ ଖାଇଥାନ୍ତି। ସେ ପାଣି ପିଇବାକୁ ନେଇ ଅଧିକ ସଚେତନ ଥାଆନ୍ତି। ପ୍ରତିଦିନ ସେ ୬ରୁ ୭ ଲିଟର ପାଣି ପିଇଥାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More