Only for Entertainment

ମଦ ଛଡାଇବାରେ ସାହାଯ୍ୟ କରିବ ଏହି ଗଛର ପତ୍ର, କିଛି ଦିନ ପିଇବା ପରେ ପୁଣିଥରେ ମଦ ପିଇବାକୁ ମନ ବଳାଇବେନି ବ୍ୟକ୍ତି !

54

ଆଜିର ସମୟରେ ନିଶା କରିବା ବା ମଦ ପିିଇବା ଲୋକଙ୍କ ପାଇଁ ଫ୍ୟାସନ୍ ପାଲଟିଗଲାଣି । କିନ୍ତୁ ଏହି ଫ୍ୟାସନ୍ ଯେ କେତେବେଳେ ଅଭ୍ୟାସ ପାଲଟିଯାଉଛି ଏବଂ ଧିରେ ଧିରେ ମଣିଷ ମଦ ପିଇବା ବଦଳରେ ମଣିଷକୁ ମଦ ପିଇଦେଉଛି ତାହା ଜଣା ପଡୁନାହିଁ । ଏହାଦ୍ୱାରା ଲୋକମାନେ ନିଜ ଜୀବନକୁ ତ ନଷ୍ଟ କରୁଛନ୍ତି ଏହାଛଡା ପରିବାର ପାଇଁ ମଧ୍ୟ ସମସ୍ୟା ଉପୁଜାଉଛନ୍ତି । ଅନେକ ଲୋକ ବିନା ସାହାଯ୍ୟରେ ମଦରୁ ନିଜକୁ ଦୂରେଇ ପାରନ୍ତି ନାହିଁ । ଏଥିପାଇଁ ପରିବାରର ସମର୍ଥନ,ପ୍ରୋତ୍ସାହନ ଏବଂ ବିଶେଷଜ୍ଞଙ୍କ ସହାୟତା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ମଦ ପିଇବା ଅଭ୍ୟାସ ଏତେ ଭୟଙ୍କର ହୋଇଥାଏ ଯେ ଏହାର କବଳରେ ପରିବାର ଲୋକ ମଧ୍ୟ ହନ୍ତସନ୍ତ ହୁଅନ୍ତି ଏବଂ ଛୁଆମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେବେ ଡାକ୍ତରଙ୍କ ସହାୟତାରେ ଏଥିରୁ ଉପସମ ମିଳିପାରିବ କିନ୍ତୁ ଆପଣ ଯଦି ଘରୋଇ ଉପାୟ ଅବଲମ୍ବନ କରିବେ ତେବେ ଖୁବଶୀଘ୍ର ଏହି ସମସ୍ୟାରୁ ବର୍ତ୍ତିପାରିବେ । ମଦକୁ ଛଡାଇବା ପାଇଁ ଆପଣ କଲରା ପତ୍ରର ବ୍ୟବହାର କରିପାରିବେ ।  କଲରା ପତ୍ର ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏହା ମଦର ଖରାପ ଅଭ୍ୟାସକୁ ଦୂରେଇବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

କଲରା ପତ୍ରକୁ ପ୍ରଥମେ ବାଟି ଏହାର ରସ ବାହାର କରିଦିଅନ୍ତୁ ଚଲହା ସହ ଏହା ମିଶାଇ ପିଇବାକୁ ଦିଅନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କୁ ମଦ ପିଇବାକୁ ଇଚ୍ଛା ହୁଏ ତେବେ ତାଙ୍କୁ କିସମିସ୍ ସରବତ କିମ୍ବା ୨ ରୁ ୩ ଟି କିସମିସ୍ ଦାନା ଦେଇ ଚାପିବାକୁ କୁହନ୍ତୁ ଏହାଦ୍ୱାରା ସେ ମଦ ପିଇବାକୁ ଆଶକ୍ତି ରଖିବେ ନାହିଁ । ଏଥିପାଇଁ ଖଜୁରି କୋଳି ମଧ୍ୟ ବହୁତ ଲାଭଦାୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More